Latest Odisha News

BREAKING NEWS

ଯାଜପୁର ପୋଲିସ କବ୍ଜାରେ ଡକାୟତି ଗ୍ୟାଙ୍ଗ 

ଯାଜପୁର: ପୋଲିସ କବ୍ଜାରେ ଡକାୟତି ଗ୍ୟାଙ୍ଗ। ଯାଜପୁର ଜିଲ୍ଲା କୋରାଇ ଥାନା ରଗଡି ଲକ୍ଷ୍ମୀନଗର ଅଞ୍ଚଳରେ ହୋଇଥିବା ଡକାୟତି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ୫ ହଜାର ଟଙ୍କା ଓ ୫ ଟି ମୋବାଇଲ ଫୋନ ଜବତ କରାଯାଇଛି।

ସୂଚନା ମୁତାବକ ଗତ ୧୦ ତାରିଖ ବିଳମ୍ବିତ ରାତିରେ ରଗଡି ଲକ୍ଷ୍ମୀନଗର ଅଞ୍ଚଳର ତିର୍ଥବାସୀ ନନ୍ଦଙ୍କ ଘରେ ଡକାୟତି ହୋଇଥିଲା। ୫ ରୁ ୬ ଜଣ ସଶସ୍ତ୍ର ଡକାୟତ କବାଟ ଭାଙ୍ଗି ଘର ଭିତରକୁ ପଶି ପରିବାର ଲୋକଙ୍କୁ ମାଡ ମାରିବା ସହିତ ସୁନା ଓ ରୂପା ଅଳଙ୍କାର, ନଗଦ ୨୦ ହଜାର ଟଙ୍କା, ୪ଟି ମୋବାଇଲ ଫୋନ ଓ ପିତ୍ତଳ କଂସା ବାସନ ଲୁଟି ନେଇଥିଲେ। ପରେ ଏନେଇ କୋରାଇ ଥାନାରେ ଅଭିଯୋଗ ହୋଇଥିଲା।

ତେବେ ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ କରି ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ନିକଟରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଅଧିକ ପଚରାଉଚରା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.