Latest Odisha News

BREAKING NEWS

ଓଡ଼ିଶା ଉପକୂଳରୁ ଶକ୍ତିଶାଳୀ ଉଚ୍ଚକ୍ଷମତା ସମ୍ପନ୍ନ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭଦ୍ରକ: ଓଡ଼ିଶାର ଭଦ୍ରକ ଜିଲ୍ଲା ଧାମରା ଉପକୂଳସ୍ଥିତ ଡ଼ଃ ଅବଦୁଲ କାଲାମ ଦ୍ୱୀପ (ପୂର୍ବରୁ ହ୍ୱିଲର୍ ଦୀପ ଭାବେ ନାମିତ)ରୁ ସୋମବାର ଦିନ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି ।

ଏହି ଉଚ୍ଚ କ୍ଷମତା ସମ୍ପନ୍ନ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ଏକ ମୋବାଇଲ୍ ଲଞ୍ଚ୍ ପ୍ୟାଡ଼ରୁ ସୋମବାର ଦିନ ୧.୩୦ ସମୟରେ ଅନୁଷ୍ଠିତ ହୋଇଛି ।

ଏହି କ୍ଷେପଣାସ୍ତ୍ରଟି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡ଼ିଆରଡ଼ିଓ) ଦ୍ୱାରା ନିର୍ମିତ ହୋଇଥିବା ବେଳେ ଏଥିରେ ଆଣବିକ ଶସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହାର ଉଚ୍ଚତା ୧୭ ମିଟର, ଓସାର ୨ ମିଟର ରହିଥିବା ସ୍ଥଳରେ ଏହା ୫୦୦୦ କିମି. ଦୂରତାର ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ବହନ କରୁଛି । ଏହି କ୍ଷେପଣାସ୍ତ୍ରରେ ୧.୫ ଟନ ଓଜନର ଆଣବିକ ଶସ୍ତ୍ର ବହନ କରି ଟାର୍ଗେଟକୁ ଛୁଇଁ ପାରିବ ।

ଏହି ଉଚ୍ଚ କ୍ଷମତା ସମ୍ପନ୍ନ ମିସାଇଲର ପ୍ରଥମ ପରୀକ୍ଷଣ ୧୯ ଏପ୍ରିଲ, ୨୦୧୨ ମସିହାରେ ହୋଇଥିବା ବେଳେ ସେପ୍ଟେମ୍ବର ୧୫ ତାରିଖ ୨୦୧୩ରେ ୨ୟ ଥର ଲାଗି ଏବଂ ୩ୟଥର ଲାଗି ୩୧ ଜାନୁଆରୀ ୨୦୧୫ ମସିହାରେ ହୋଇଥିଲା ଏବଂ ଡ଼ିସେମ୍ବର ୨୬ ତାରିଖ ୨୦୧୬ ମସିହାରେ ୪ର୍ଥ ଥର ଲାଗି ଅନୁଷ୍ଠିତ ହୋଇଥିଲା । ଶେଷଥର ଲାଗି ଏହି ଅଗ୍ନି କ୍ଷେପଣାସ୍ତ୍ରର ପରୀକ୍ଷଣ ଜୁନ ୩ ତାରିଖ ୨୦୧୮ ମସିହାରେ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.