Latest Odisha News

BREAKING NEWS

୨୦୨୧ ଜୁନରେ ଆସିବ ଭାରତ ବାୟୋଟେକର ‘କୋଭାକ୍ସିନ’

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ବାୟୋଟେକ୍ନାଲୋଜି କମ୍ପାନୀ ଭାରତ ବାୟୋଟେକ ପକ୍ଷରୁ ଆସନ୍ତା ୨୦୨୧ ମସିହା ଜୁନ୍ ବେଳକୁ କରୋନା ଟିକା ‘କୋଭାକ୍ସିନ’ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।

ହାଇଦ୍ରାବାଦ ସ୍ଥିତ ଏହି ଫାର୍ମ ଶୁକ୍ରବାର ଦିନ ଏହାର ୩ ପର‌୍ୟ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ କରିବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁମତି ମିଳିଥିବା ସୂଚନା ମିଳିଛି ।

ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ରିପୋର୍ଟ ମୁତାବକ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ୍ ଲି.ର ଏକ୍ସ୍ୟୁଟିଭ ଡାଇରେକ୍ଟର ସାଇ ପ୍ରସାଦ କହିଛନ୍ତି ଯେ ଯଦି ଆମକୁ ସବୁ ଅନୁମତି ମିଳିଯାଏ ତାହେଲେ ଆସନ୍ତା ବର୍ଷ ଏପ୍ରିଲ୍‌, ମେ କିମ୍ବା ଜୁନ୍ ବେଳକୁ ଉପଲବ୍ଧ ହେବା ନେଇ ଆଶା କରାଯାଉଛି ।

Comments are closed.