ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ କାର୍ଗିଲ ଯୁଦ୍ଧ ସହ ଜଡିତ ଅନେକ ବଡ଼ ଖୁଲାସା କରିଛନ୍ତି। ପିଏମଏଲ-ଏନ ମୁଖ୍ୟ ନୱାଜ ସରିଫ୍ କହିଛନ୍ତି ଯେ ୧୯୯୯ ମସିହାର କାର୍ଗିଲ ଯୁଦ୍ଧ ପାକିସ୍ତାନ ସେନା ଦ୍ୱାରା ନୁହେଁ ବରଂ ସେନାର କିଛି ଜେନେରାଲଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଯାହା ଫଳରେ ପାକିସ୍ତାନକୁ ବହୁତ ଅପମାନିତ ହେବାକୁ ପଡ଼ିଥିଲା।
ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟର ତୃତୀୟ ରାଲିକୁ ସମ୍ବୋଧିତ କରି ନୱାଜ ସରିଫ କହିଛନ୍ତି ଯେ ଏହି ଯୁଦ୍ଧରେ ସେନାକୁ ବିନା ଅସ୍ତ୍ରଶସ୍ତ୍ରରେ ଯୁଦ୍ଧକୁ ପଠାଇ ଦିଯାଇଥିଲା। ସେ କହିଛନ୍ତି ଯେ, ଯେତେବେଳେ ସେ ଏ ବିଷୟରେ ସୂଚନା ପାଇଲେ, ସେତେବେଳେ ତାଙ୍କୁ ବହୁତ ଦୁଃଖ ଲାଗିଥିଲା।
ନୱାଜ ସରିଫ କହିଛନ୍ତି ଯେ କାର୍ଗିଲ ଯୁଦ୍ଧର ଆରମ୍ଭରେ ଆମର ଅନେକ ସୈନିକଙ୍କୁ ମାରି ଦିଆଯାଇଥିଲା ଏବଂ ଯେଉଁଥିରେ ପାକିସ୍ତାନ ସମଗ୍ର ବିଶ୍ୱ ସାମ୍ନାରେ ଅପମାନିତ ହୋଇଥିଲା। ତାହା ପାକିସ୍ତାନ ସେନା ଦ୍ୱାରା ନୁହେଁ ବରଂ ଏହା ସେନାର କିଛି ଜେନେରାଲଙ୍କ ଦ୍ୱାରା କରାଯାଇଥିଲା। ପାକ୍ ସୈନ୍ୟମାନଙ୍କୁ ବିନା ଭୋଜନ ଏବଂ ବିନା ଶସ୍ତ୍ରରେ ଯୁଦ୍ଧ କ୍ଷେତ୍ରକୁ ପଠାଯାଇଥିଲା। ଏହା ଅତ୍ୟନ୍ତ ନିନ୍ଦନୀୟ।
ନୱାଜ ଆହୁରି କହିଛନ୍ତି ଯେ କାର୍ଗିଲ ଯୁଦ୍ଧ ପଛରେ ସେହି ଜେନାରାଲ୍ ଥିଲେ ଥିଲେ, ଯିଏ ୧୨ ଅକ୍ଟୋବର ୧୯୯୯ରେ ଦେଶକୁ ପରାସ୍ତ କରି ସାମରିକ ଆଇନ ପ୍ରଣୟନ କରିଥିଲେ ଯାହା ଦ୍ୱାରା ସେ ନିଜ ଭୁଲ୍କୁ ଲୁଚାଇ ପାରିବେ ଏବଂ ଦଣ୍ଡରୁ ରକ୍ଷା ପାଇପାରିବେ।
ନୱାଜ ପରଭେଜ ମୁଶରଫଙ୍କ ଆଡକୁ ଇଙ୍ଗିତ କରି କହିଥିଲେ ଯେ ପରଭେଜ ମୁଶରଫ ଏବଂ ତାଙ୍କ ଲୋକମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେନା ବ୍ୟବହାର କରିଥିଲେ ଏବଂ ସେନାର ପ୍ରତିଷ୍ଠା ନଷ୍ଟ କରିଥିଲେ।
BREAKING NEWS
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ

Comments are closed.