ନୂଆଦିଲ୍ଲୀ: ଭାରତରେ ବହୁ ସଂଖ୍ୟକ ସ୍ମାର୍ଟଫୋନ୍ ୟୁଜର୍ ବେସ୍ ଅଛି କିନ୍ତୁ ଏହା ସତ୍ତ୍ୱେ, ବିଶ୍ୱ ମୋବାଇଲ୍ ଡାଟା ସ୍ପିଡ୍ ଚାର୍ଟରୁ ଭାରତ ନେପାଳ ଏବଂ ପାକିସ୍ତାନଠାରୁ ପଛରେ ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ଭାରତ ମୋବାଇଲ୍ ଡାଟା ସ୍ପିଡ୍ ତାଲିକାରେ ୧୩୧ ନମ୍ବର ସ୍ଥାନରେ ରହିଛି। ମୋବାଇଲ୍ ଡାଟା ଗତି ଦୃଷ୍ଟିରୁ ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଏବଂ ନେପାଳ ଏବଂ ପାକିସ୍ତାନ ଭାରତଠାରୁ ଆଗରେ ଅଛନ୍ତି।
ଓକ୍ଲା ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ, ବିଶ୍ୱର ୧୩୮ଟି ଦେଶ ମଧ୍ୟରୁ ଭାରତ ୧୩୧ତମ ସ୍ଥାନରେ ରହିଛି। ଏହି ତାଲିକାରେ ଦକ୍ଷିଣ କୋରିଆ ଶୀର୍ଷ ସ୍ଥାନରେ ରହିଛି। ସେଠାରେ ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ ୧୨୧ ଏମ୍ବିପିଏସ୍ ରହିଛି। ଭାରତର ସ୍ପିଡ୍ ୧୨.୦୭ ଏମ୍ବିପିଏସ୍ ରହିଛି। ଏହି ତାଲିକାରେ ପାକିସ୍ତାନ ୧୧୬ମ ସ୍ଥାନରେ ଥିବା ବେଳେ ନେପାଳ ୧୧୭ତମ ସ୍ଥାନରେ ରହିଛି।
ଶ୍ରୀଲଙ୍କାର ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ ୧୯.୯୫ ଏମ୍ବିପିଏସ୍ ଭଳି ଉନ୍ନତ ସ୍ତରରେ ରହିଛି। ବ୍ରଡ୍ବ୍ୟାଣ୍ଡ୍ ସ୍ପିଡ୍ରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଏହି ତାଲିକାରେ ସିଙ୍ଗାପୁର ପ୍ରଥମ ସ୍ଥାନରେ ଥିବା ବେଳେ ନେପାଳ ଓ ପାକିସ୍ତାନ ଠାରୁ ଭାରତ ଉନ୍ନତ ପ୍ରଦର୍ଶନ କରିଛି।
Comments are closed.