ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର୍ ମଙ୍ଗଳବାର ଦିନ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହ ଦୁଇ ଦେଶ ମଧ୍ୟରେ ରଣନୀତିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛନ୍ତି।
ସୂତ୍ରରୁ ପ୍ରକାଶ ଯେ ବୈଠକରେ ରଣନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। କରୋନା ଅବଧି ମଧ୍ୟରେ ଅଜିତ ଡୋଭାଲ ଏବଂ ଆମେରିକାର ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସମସ୍ତେ ପରସ୍ପରଙ୍କୁ କହୁଣୀକୁ କହୁଣୀ ଲଗାଇ ଅଭିବାଦନ କରିଥିଲେ।
ମନ୍ତ୍ରୀ ସ୍ତରୀୟ ତୃତୀୟ ‘ଟୁ ପ୍ଲସ୍ ଟୁ’ ଆଲୋଚନା ପୂର୍ବରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ସେମାନଙ୍କ ଆମେରିକୀୟ ପ୍ରତିପକ୍ଷଙ୍କ ସହ ପୃଥକ ପୃଥକ୍ ବୈଠକ କରିଛନ୍ତି। ମଙ୍ଗଳବାର ଦିନ ଆମେରିକାର ଦୁଇ ମନ୍ତ୍ରୀ ରାଷ୍ଟ୍ରୀୟ ‘ସମର ସ୍ମାରକ’ ଯାଇ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Comments are closed.