Latest Odisha News

BREAKING NEWS

ଆଇଏଏସ୍ ସ୍ତରରେ ଅଦଳବଦଳ, ପରାଗ ଗୁପ୍ତା ହେଲେ ଓଏଫଡିସି ଅଧ୍ୟକ୍ଷ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ବଡ ଧରଣରର ଅଦଳବଦଳ । ରାଜ୍ୟ ସରକାର ୩ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ।  ୧୯୮୮ ବ୍ୟାଚର ଆଇଏଏସ ପରାଗ ଗୁପ୍ତା ହୋଇଛନ୍ତି  ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମ ବା ଓଏଫଡିସିର ଅଧ୍ୟକ୍ଷ । ସେ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ।

ସେହିପରି ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ଓଏମସି ବା ଓଡିଶା ଖମି ନିଗମର ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେନ୍ଦ୍ର ଏବେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ରହିଛନ୍ତି ।

ଅନ୍ୟପଟେ ଜି.ମାଥିଭାଥନନଙ୍କୁ ସିଡିଏର ଚେୟାରମ୍ୟାନ କରାଯାଇଛି । ସେ ଏବେ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ୱରେ ଅଛନ୍ତି । ୟେଦୁଲା ବିଜୟଙ୍କୁ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅବସ୍ଥାପିତ କରାଯାଇଛି ।

Leave A Reply

Your email address will not be published.