Latest Odisha News

BREAKING NEWS

[ଭିଡିଓ] ମହିଳାଙ୍କୁ ଏସିଡ୍ ମାଡ, କାରଣ ଅସ୍ପଷ୍ଟ !

ହରିୟାଣା: ରାସ୍ତାରେ ଯାଉଥିଲେ ଜଣେ ବିବାହିତ ମହିଳା । ହଠାତ୍ ଦୁଇ ଯୁବକ ବାଇକରେ ଆସି ଘଟାଇଥିଲେ ଅମାନୁଷିକ କାଣ୍ଡ । କିଛି ବୁଝିବା ପୂର୍ବରୁ ମହିଳାଙ୍କ ମୁହଁକୁ କରିଥିଲେ ଏସିଡ୍ ମାଡ୍ । କାରଣ ଅସ୍ପଷ୍ଟ ଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏସିଡ୍ ମାଡର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ପାନିପଥର ଦେଶରାଜ କଲୋନୀରେ ଘଟିଥିବା ଏହି ଘଟଣାକୁ ସିସିଟିଭି କଏଦ କରିଥିଲା । ଆହତ ମହିଳାଙ୍କ ପରିଚୟ ପୁନମ ଓ ସେ ପେଶାରେ ଜଣେ ଦିନମଜୁରିଆ । ରାଜୀବ କଲୋନୀରେ ରହୁଥିବା ପୁନମଙ୍କୁ କିଏ ଓ କାହିଁକି ଏସିଡ୍ ମାଡ କରିଥିଲା, ତାହା ଏବେ ବି ରହସ୍ୟଘେରରେ । ସୋମବାର ସଂଧ୍ୟା ୬ଟା ୩୦ରେ ଫ୍ୟାକ୍ଟ୍ରିରେ କାମ ସାରି ପୁନମ ଘରକୁ ଫେରୁଥିବାବେଳେ ତାଙ୍କୁ ଦୁଇଜଣ ଯୁବକ ଏସିଡ୍ ମାଡ କରିଥିଲେ । ମହିଳାଙ୍କଠାରୁ ବୟାନ ନେବା ପରେ ଅଭିଯୁକ୍ତଙ୍କୁ ଧରିବା ଲାଗି ଦିନରାତି ଏକ କରିଛି ପୋଲିସ ।

Leave A Reply

Your email address will not be published.