Latest Odisha News

ପୂର୍ବତନ କେନ୍ଦ୍ର ଅର୍ଥ ସଚିବଙ୍କ ବଡ଼ ବୟାନ; ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ମୋର ଭଲ ସମ୍ପର୍କ ନଥିଲା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଅର୍ଥ ମନ୍ତ୍ରଣାଳୟରୁ ହଠାତ୍ ଇସ୍ତଫା ନେଇଥିବା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିଲା ସେଥିପାଇଁ ସେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଏହି ପଦରୁ ଇସ୍ତଫା ଦେଇଥିଲେ ଏବଂ ସ୍ୱ‌େଚ୍ଛାକୃତ ଅବସର ନେଇଥିବା କହିଛନ୍ତି।

ଉଲ୍ଲେଖ ଥାଉ କି ଜୁଲାଇ ୨୦୧୯ରେ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ଅର୍ଥ ମନ୍ତ୍ରଣାଳୟରୁ ଶକ୍ତି ମନ୍ତ୍ରଣାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ ସେ ସ୍ୱ‌େଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ଏବଂ ୩୧ ଅକ୍ଟୋବର ୨୦୧୯ ରେ ତାଙ୍କୁ କାର୍ଯ୍ୟମୁକ୍ତ କରାଯାଇଥିଲା।

ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ମଧ୍ୟରେ ଜୁନ୍ ୨୦୧୯ରେ ଅର୍ଥ ମନ୍ତ୍ରଣାଳୟରୁ ମୋର ସ୍ଥାନାନ୍ତର ଉପରେ ଜୋର ଦେବା ଆରମ୍ଭ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ନୂତନ ଅର୍ଥମନ୍ତ୍ରୀଙ୍କ ସହ ମୋର ଭଲ ଏବଂ ଉତ୍ପାଦନକାରୀ ସମ୍ପର୍କ ନାହିଁ ଏବଂ ମୁଁ ଅର୍ଥ ମନ୍ତ୍ରଣାଳୟ ବାହାରେ କୌଣସି ସ୍ଥାନରେ କାମ କରିବାକୁ ଚାହୁଁ ନାହିଁ। ଏହି କାରଣରୁ ମୁଁ ସମୟ ପୂର୍ବରୁ ଇସ୍ତଫା ଦେଇଥିଲି।

Comments are closed.