Latest Odisha News

BREAKING NEWS

୧୧ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର : ପ୍ରବଳ ବୃଷ୍ଟିପାତ ସହିତ ବଜ୍ରପାତର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଯେଉଁ ୧୧ଟି ଜିଲ୍ଲାଗୁଡ଼ିକୁ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଛି ସେହି ଜିଲ୍ଲା ଗୁଡ଼ିକ ହେଲା, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼, ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲା ।

ଏହିସବୁ ଜିଲ୍ଲାଗୁଡ଼ିକରେ ରାତି ୮:୩୦ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ପାଣିପାଗକୁ ଦୃଷ୍ଟିରେ ରଖି ଘରୁ ବାହାରିବା ନେଇ ପରାମର୍ଶ କରିଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର କର୍ତ୍ତୃପକ୍ଷ ।

Leave A Reply

Your email address will not be published.