Latest Odisha News

BREAKING NEWS

ନଭେମ୍ବର ୯ରୁ ଡିଗ୍ରୀ କଲେଜରେ ସ୍ପଟ୍ ଆଡମିଶନ୍‌

ଭୁବନେଶ୍ୱର: ଓଡିଶାର ଡିଗ୍ରୀ କଲେଜ ଗୁଡିକରେ ଆସନ୍ତା ନଭେମ୍ବର ୯ ତାରିଖରୁ ସ୍ପଟ୍ ଆଡମିଶନ୍ ଆରମ୍ଭ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବଳକା ସିଟ୍ ପାଇଁ ନଭେମ୍ବର ୯ରେ ସାମସ୍ ୱେବସାଇଟରେ ସୂଚନା ବାହାରିବ। ଆବେଦନକାରୀ ମାନେ ନଭେମ୍ବର ୧୦ ତାରିଖ ଅପରାହ୍ନ ୪ଟାରୁ ଆସନ୍ତା ନଭେମ୍ବର ୧୩ ତାରିଖ ମଧ୍ୟରେ ନିଜ ଫର୍ମ ‘ଡ୍ରପ୍ ବକ୍ସ’ରେ ପକାଇ ପାରିବେ ।

ପରେ ନଭେମ୍ବର ୧୭ ତାରିଖ ଦିନ ୩ଟାରେ କଲେଜର ନୋଟିସ୍ ବୋର୍ଡରେ ସ୍ପଟ୍ ଆଡମିଶନ ଲାଗି ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇବ ।

ଯୋଗ୍ୟ ବିବେଚିତ ପ୍ରାର୍ଥୀମାନେ ନଭେମ୍ବର ୨୧ ତାରିଖ ଦିନ ୧୧ଟା ୪୫ମି. ସମୟରେ ସାମସ୍ ୱେବସାଇଟରେ ଆଡମିଶନ୍ ଫିି’ ଦାଖଲ କରିବେ । ସେହିପରି ନଭେମ୍ବର ୨୩ରୁ ୨୭ ତାରିଖ ମଧ୍ୟରେ ଆଡମିଶନ୍ ଡାଟା ଅପଡେଟ୍ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.