ଭୁବନେଶ୍ୱର: କୁହାଯାଏ ଇତିହାସର ପୁନରାବୃତ୍ତି ହୋଇଥାଏ । ଏହାର ସଦ୍ୟ ଉଦାହରଣ ନିକଟରେ ଭୋପାଳରେ ଦେଖିବାକୁ ମିଳିଛି । ପ୍ରାୟ ୨୯ ବର୍ଷ ତଳେ କଂଗ୍ରେସ ନେତା ସ୍ୱର୍ଗତଃ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ରହିଯାଇଥିଲେ । ହୋଇପାରି ନଥିଲେ ସେ ମୁଖ୍ୟମନ୍ତ୍ରୀ । ଆଉ ଠିକ୍ ୨୯ ବର୍ଷ ପରେ ତାଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ତାଙ୍କ ହାତରୁ ମଧ୍ୟ ଅଳ୍ପକେ ଖସିଯାଇଛି ମୁଖ୍ୟମନ୍ତ୍ରୀ ପଦ ।
୧୯୮୯ ମସିହା ଜାନୁଆରୀ ମାସରେ ଚୁରହଟ ଲଟେରୀ କାଣ୍ଡ ଯୋଗୁଁ ତକ୍ରାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କର ଇଚ୍ଛାସତ୍ୱେ ଅର୍ଜୁନ ସିଂହଙ୍କ ଚାପ ଯୋଗୁଁ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ପାଇପାରିନଥିଲେ ।
ସିନ୍ଧିଆଙ୍କର ପୁରା ବିଶ୍ୱାସ ଥିଲା ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ସେ ସିଧାସଳଖ ଦିଲ୍ଲୀରୁ ଆସି ଦୁଇଦିନ ଧରି ଭୋପାଳରେ ଅଟକିଥିଲେ । ତେବେ ଏଥିରେ ଅର୍ଜୁନ ସିଂହ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ଚାପ ଯୋଗୁଁ ସିନ୍ଧିଆଙ୍କ ସ୍ଥାନରେ ମୋତିଲାଲ୍ ଭୋରାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଗଲା ।
ଏହି ଘଟଣାର ୨୯ ବର୍ଷ ପରେ ମାଧବରାଓଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ସମାନ୍ ପରିସ୍ଥିତି ସୃଷ୍ଟି ହୋଇଛି । ଜ୍ୟୋତିରାଦିତ୍ୟ ମଧ୍ୟପ୍ରଦେଶର ସବୁଠାରୁ ଯୁବ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ୭୨ ବର୍ଷୀୟ କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି ।
ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଆଲିୟରର ସିନ୍ଧିଆ ରାଜପରିବାରର ବଂଶଜ । ତାଙ୍କ ଜେଜେମା ସ୍ୱର୍ଗତଃ ରାଜମାତା ବିଜୟାରାଜ ସିନ୍ଧିଆ ଜନସଂଘ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ପୁଅ ମାଧବରାଓ ସିନ୍ଧିଆ ମଧ୍ୟ ଜନସଂଘରେ ସାମିଲ୍ ହୋଇଥିଲେ । ତେବେ ୧୯୮୦ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ମାଧବରାଓଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜ୍ୟୋତିରାଦିତ୍ୟ ମଧ୍ୟ କଂଗ୍ରେସରେ ସାମିଲ୍ ହୋଇଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ଗୁନା ଲୋକସଭା କ୍ଷେତ୍ରରେ ସାଂସଦ ଅଛନ୍ତି ।
BREAKING NEWS
- ଶିଶୁ କର୍କଟ ଚିକିତ୍ସା ନିମନ୍ତେ ଏମଓୟୁ ସ୍ୱାକ୍ଷର…
- ୬୦ ବର୍ଷ ପୂର୍ବେ CIA ହିମାଳୟରେ ଏମିତି ଜନିଷ ହଜାଇ ଦେଇଥିଲା, ଏହା ପରମାଣୁଠୁ ବି ଭୟଙ୍କର ! ଆଜି ବି ରହିଛି ସେଠି
- ପ୍ରଭାତ ଓ ବିରଞ୍ଚିଙ୍କୁ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ଭାବେ ସମ୍ମାନିତ
- ଗୋଟିଏ ଘଣ୍ଟା ସଂସଦ ଚାଲିଲେ କେତେ ଟଙ୍କା ଖର୍ଚ୍ଚ ହୁଏ ? ଶୀତକାଳିନ ଅଧିବେଶନରେ ବର୍ତ୍ତମାନ ଯାଏ କେତେ ହୋଇଛି ଖର୍ଚ୍ଚ…
- ଓଡ଼ିଶା ପୋଲିସର ନୂଆ ୱେବସାଇଟ୍ ଲଞ୍ଚ କଲେ ଡିଜିପି
- ଗୋଟିଏ ଫଳର ଦାମ ୩୦ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି ଏତେ ମହଙ୍ଗା
- ବଢ଼ିଲା କୃଷି ବିଦ୍ୟାନିଧି ଯୋଜନାରେ ଆବେଦନ ଅବଧି, ଜାଣନ୍ତୁ କେବେ ରହିଛି ଆବେଦନର ଶେଷ ତାରିଖ
- ଦିଲ୍ଲୀ ବାୟୁ ପ୍ରଦୂଷଣ: ସ୍କୁଲରେ ଅନଲାଇନ କ୍ଲାସ କରିବାକୁ ସରକାରଙ୍କ ନିର୍ଦ୍ଦେଶ
- ବାଜିଲା ବିଏମସି ନିର୍ବାଚନ ବିଗୁଲ, କେଉଁଦିନ ହେବ ଭୋଟିଂ ଓ କାଉଣ୍ଟିଂ ଜାଣନ୍ତୁ…
- ଦୁର୍ନୀତି ମାମଲାରେ ପୂର୍ବତନ ସରପଞ୍ଚ ଓ ଗ୍ରାମ ସଂଯୋଜକ ଦୋଷୀ ସାବ୍ୟସ୍ତ
Comments are closed.