Latest Odisha News

ବିରାଟ୍ କୋହଲି ଓ ଗାଙ୍ଗୁଲିଙ୍କୁ କୋର୍ଟର ନୋଟିସ୍ !

ତାମିଲନାଡୁ: ଆଇପିଏଲ ମ୍ୟାଚ୍ ଦେଖୁଥିବାବେଳେ ଏକାଧିକ ବିଜ୍ଞାପନ ଟିଭି ପରଦାରେ ଆସିବା କିଛି ନୂଆ କଥା ନୁହେଁ । ବିଜ୍ଞାପନରେ କ୍ରିକେଟରଙ୍କଠାରୁ ଆରମ୍ଭ କରି ସିନେ ତାରକା ମଧ୍ୟ ନଜର ଆସିଥାନ୍ତି । ଏହି ତାଲିକାରେ ନିକଟରେ ଗାଙ୍ଗୁଲି ଓ ବିରାଟ କୋହଲିଙ୍କୁ ଏକ ଅନ୍‌ଲାଇନ୍ ସ୍ପୋର୍ଟସ୍ ଆପ୍ଲିକେସନ୍‌ର ବିଜ୍ଞାପନରେ ଆପଣ ନିଶ୍ଚିତ ଦେଖିଥିବେ । ଖାସ୍ ଏହି ବିଜ୍ଞାପନ ପାଇଁ ଦୁଇଜଣଙ୍କୁ ନୋଟିସ୍ ଜାରି ହୋଇଛି ।

ଆଜି ମାଡ୍ରାସ୍ ହାଇକୋର୍ଟର ଖଣ୍ଡପୀଠ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପ୍ଟେନ୍ ବିରାଟ କୋହଲି, ବିସିସିଆଇ ମୁଖ୍ୟ ଗାଙ୍ଗୁଲି, ଅଭିନେତା ପ୍ରକାଶ ରାଜ, ତମନ୍ନା, ରାଣା ଓ ସୁଦିପ ଖାନଙ୍କୁ ନୋଟିସ୍ ଜାରି କରିଛି । ଏହି ସମସ୍ତ ସେଲିବ୍ରିଟି ବିଜ୍ଞାପନ ମାଧ୍ୟମରେ ଏକ ଅନ୍‌ଲାଇନ୍ ସ୍ପୋର୍ଟସ୍ ଆପ୍ଲିକେସନର ସମର୍ଥନ କରିଥିଲେ । ମାଡ୍ରାସ ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ସମସ୍ତ ସେଲିବ୍ରିଟିଙ୍କ ସମେତ ଅନ୍ୟ ଆପ୍ଲିକେସନର ମାଲିକଙ୍କୁ ମଧ୍ୟ ନୋଟସ୍ ଜାରି କରିଛନ୍ତି ।

ଅନ୍‌ଲାଇନ୍ ସ୍ପୋର୍ଟସ୍ଆ ପ୍ଲିକେସନରେ ଖେଳି ତାମିଲନାଡୁର ଅନେକ ଯୁବକ ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଥିଲେ । ଏହି କାରଣରୁ ମହମ୍ମଦ ରିଜୱି ନାମକ ଜଣେ ଓକିଲ ମାମଲା ଦାୟର କରିଛନ୍ତି । ନୋଟିସରେ ସେଲିବ୍ରିଟିଙ୍କ ଜରିଆରେ କୋଟିକୋଟି ଟଙ୍କା ଆୟ କରୁଥିବାରୁ ସମସ୍ତ ଆପ୍ଲିକେସନର ମାଲିକଙ୍କ ବିରୋଧରେ ଖଣ୍ଡପୀଠ ଅଭିଯୋଗ ଆଣିଛନ୍ତି । ନଭେମ୍ବର ୧୯ ସୁଦ୍ଧା ନୋଟିସର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।

Leave A Reply

Your email address will not be published.