Latest Odisha News

BREAKING NEWS

ଦେଶରେ ୮୩ ଲକ୍ଷ କରୋନା ସଂକ୍ରମିତ, ଗଲାଣି ଲକ୍ଷେ ୨୩ ହଜାର ଜୀବନ

ନୂଆଦିଲ୍ଲୀ: ସଚେତନତା ଓ ସତର୍କତା ଯୋଗୁ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମିଛି । ସୁସ୍ଥ ସଂଖ୍ୟା ବଢୁଛି । କିନ୍ତୁ ମହାମାରୀ ପ୍ରତିଦିନ ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୬ ହଜାର ୨୫୪ ପଜିଟିଭ କେସ୍ ବାହାରିଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୩ ଲକ୍ଷ ୧୩ ହଜାର ୮୭୭କୁ ବୃଦ୍ଧି ପାଇଛି ।

ଦେଶରୁ କରୋନା ନେଇଛି ଆଉ ୫୧୪ ଜୀବନ । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୩ ହଜାର ୬୧୧ରେ ପହଞ୍ଚିଛି । ଦେଶରେ ମୃତ୍ୟୁହାର ରହିଛି ୧.୪୯% ।

ଏଣିକି ପ୍ରତିଦିନ ସୁସ୍ଥହାର ବଢୁଛି । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୯୨ ପ୍ରତିଶତ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୫୩ ହଜାର ୩୫୭ ସଂକ୍ରମିତ । ମୋଟ୍ ସୁସ୍ଥ ସଂଖ୍ୟା ୭୬ ଲକ୍ଷ ୫୬ ହଜାର ୪୭୮କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ୫ ଲକ୍ଷ ୩୩ ହଜାର ୭୮୭ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.