Latest Odisha News

BREAKING NEWS

ଭଦ୍ରକରେ ସ୍ୱାମୀର ବର୍ବୋରଚିତ କାଣ୍ଡ: ସ୍ତ୍ରୀକୁ କୋଦାଳରେ ହାଣି ଥାନାରେ ଆତ୍ମସମର୍ପଣ

ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଖପରପଦା ଗ୍ରାମରେ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ କୋଦାଳରେ ହତ୍ୟା କରି ଆତ୍ମସମର୍ପଣ କରିଛି ।

ଏଭଳି ଅମାନୁଷିକ ହତ୍ୟାକାଣ୍ଡ ଘଟାଇଛି ଖପରପଦା ଗ୍ରାମର ୪୦ ବର୍ଷ ବୟସ୍କ ପ୍ରଫୁଲ୍ଲ ବାରିକ । ୧୪ ବର୍ଷ ପୂର୍ବରୁ ଜୟନ୍ତୀ ବାରିକଙ୍କୁ ସ୍ୱାମୀ ପ୍ରଫୁଲ୍ଲ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରଠାରୁ ହିଁ ଏହି ଦୁଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ ହୋଇଥାଏ । ଆଜି ସେହିପରି ପାଟିତୁଣ୍ଡ ହେବା ସମୟରେ ସ୍ୱାମୀ ପ୍ରଫୁଲ୍ଲ କ୍ରୋଧର ବଶବର୍ତ୍ତି ହୋଇ ଏକ କୋଦାଳରେ ହାଣି ପକାଇଥିଲେ ନିଜ ସ୍ତ୍ରୀକୁ । ଫଳରେ ଘଟଣାସ୍ଥଳରେ ହିଁ ସ୍ତ୍ରୀ ଜୟନ୍ତୀଙ୍କ ମୃତ୍ୟୁ ଘଟିଥିଲା ।

ହତ୍ୟା କରିବା ପରେ ପ୍ରଫୁଲ୍ଲ କୋଦାଳ ସହିତ ବାସୁଦେବପୁର ଥାନାରେ ନିଜେ ହତ୍ୟାକାଣ୍ଡ ଘଟାଇଥିବାର ସ୍ୱୀକାର କରି ଆତ୍ମସମର୍ପଣ କରିଥିଲେ । ମୃତଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତକୁ ଅଟକ ରଖିବା ସହିତ ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.