Latest Odisha News

BREAKING NEWS

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ରାଞ୍ଚିର ଇଞ୍ଜିନିୟରିଂ ଛାତ୍ର ନିଖୋଜ

ପୁରୀ: ପୁରୀ ହୋଲିଡ଼େ ରିସର୍ଟ ନିକଟସ୍ଥ ସମୁଦ୍ରରେ ଗାଧୋଇବା ସମୟରେ ରାଞ୍ଚିର ଜଣେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି ।

ଏହି ଛାତ୍ର ଜଣକ ରାଞ୍ଚି ର ସାଇ କ୍ରିଷ୍ଣା କୁମାର ବୋଲି ଚିହ୍ନିତ ହୋଇଛନ୍ତି, ସେ ବୋକାରସ୍ଥିତ ବିଟ୍ସ କଲେଜର ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ୫ଜଣ ଛାତ୍ର ପୁରୀ ଭ୍ରମଣରେ ଆସି ସକାଳେ ସମୁଦ୍ରରେ ଗାଧୋଉଥିଲେ । ସାଇ ସମୁଦ୍ର ଭିତରକୁ ଚାଲିଯିବା ଫଳରେ ସ୍ରୋତରେ ଭାସି ଯାଇଥିବାର ସନ୍ଦେହ କରାଯାଉଛି ।

ସେଠାରେ ତାଙ୍କ ସହିତ ଥିବା ସାଙ୍ଗମାନେ ତାଙ୍କୁ ସମୁଦ୍ର ଜଳରୁ ଉଦ୍ଧାର କରି ପାରିନପାରି ତୁରନ୍ତ ଲାଇଫଗାର୍ଡ଼ଙ୍କୁ ଜଣାଇଥିଲେ । ଖବରପାଇ ଲାଇଫଗାର୍ଡ଼ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ମଧ୍ୟ ପାଇ ପାରିନଥିଲେ ।
ଇତିମଧ୍ୟରେ ସମୁଦ୍ରକୂଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏଯାଏଁ ମିଳିଥିବା ସୂଚନାନୁଯାୟୀ, ଏପର୍ଯ୍ୟନ୍ତ ଭାସିଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରାଯାଇପାରିନାହିଁ ।

Leave A Reply

Your email address will not be published.