Latest Odisha News

BREAKING NEWS

ସ୍ୱଦେଶରେ ପହଞ୍ଚିଲେ ବିଶ୍ୱବିଜୟୀ ବେଲଜିୟମ ଦଳ, ରାଜା-ରାଣୀ କଲେ ସ୍ୱାଗତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ଜିତିବା ପରେ ବିଜୟୀ ବେଲଜିୟମ୍ ଦଳ ମଙ୍ଗଳବାର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛି ।

ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ ପରେ ବେଲଜିୟମ୍ ଦଳକୁ ରାଜଧାନୀ ବ୍ରସେଲ୍ସ ଠାରେ ଦେଶର ରାଣୀ ମାଥିଲଦେ, ରାଜା ଫିଲିପ୍ ସମସ୍ତ ଖେଳାଳିଙ୍କ ସହ ଫଟୋ ଉଠାଇବା ସହ ଭବ୍ୟ ସ୍ୱାଗତ ପ୍ରଦାନ କରିଥିଲେ ।

ଆହୁରି ମଧ୍ୟ ଏହି ଅବସରରେ ଲକ୍ଷ ଲକ୍ଷ ଜନତା ବେଲଜିୟମ୍ ଦଳକୁ ସ୍ବାଗତ କରିବା ସହିତ ନାଚ ଗୀତରେ କୁଦି ଉଠିଥିଲେ।

ଉଲ୍ଲେଖଯୋଗ୍ୟ ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ନେଦରଲାଣ୍ଡକୁ ହରାଇ ପ୍ରଥମ ଥର ପାଇଁ ବେଲଜିୟମ୍ ଦଳ ବିଶ୍ୱକପ ଟାଇଟଲ ହାତେଇବାରେ ସଫଳ ହୋଇଥିଲା । ବେଲଜିୟମ ଦଳ ନେଦରଲାଣ୍ଡ ଖେଳାଳିଙ୍କୁ ୩-୨ ଗୋଲରେ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିଛି ବେଲଜିୟମ ।

Leave A Reply

Your email address will not be published.