ପାଟନା: ବିହାରରେ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ମହାଗଠବନ୍ଧନ ଏବଂ ଆରଜେଡି ଏବେ ବି ସରକାର କରିବା ଆଶାରେ ରହିଛନ୍ତି । ପ୍ରଚ୍ଛଦପଟରେ ବିଭିନ୍ନ ଦଳ ସହ ଯୋଗାଯୋଗ ଚାଲିଛି । ତେବେ ଏହା ଏତେଟା ସହଜ ନୁହେଁ । ରାଜ୍ୟପାଳ ପ୍ରଥମେ ସଂଖ୍ୟାଗରିଷ୍ଠତା ଦଳକୁ ଡାକିବେ । କାରଣ ନିର୍ବାଚନ ପୂର୍ବରୁ ଗଠବନ୍ଧନ ହୋଇଥିଲା । ଯଦି ଏନଡିଏ ସରକାର ଗଠନ ପାଇଁ ଦାବି ଉପସ୍ଥାପନ ନ କଲା ତାହାହେଲେ ସବୁଠାରୁ ବଡ ପାର୍ଟିକୁ ଡାକିବେ । ଏହା ହେଲେ ଆରଜେଡି ପାଖରେ ସୁଯୋଗ ରହିବ ।
ଆରଜେଡିର ସମ୍ଭାବ୍ୟ ସରକାର ସମୀକରଣ:
୧. ପ୍ରଥମ ବିକଳ୍ପ: ମହାଗଠବନ୍ଧନ ୧୧୦+ଅନ୍ୟ ପାର୍ଟି ୮+ହାମ୍ ୪= ୧୨୨
୨.ଦ୍ୱିତୀୟ ବିକଳ୍ପ: ମହାଗଠବନ୍ଧନ (୧୧୦) + ଅନ୍ୟ ପାର୍ଟି (୮) +ଭିଆଇପି (୪) =୧୨୨
୩.ତୃତୀୟ ବିକଳ୍ପ: ମହାଗଠବନ୍ଧନ (୧୧୦) + ହାମ (୪) + ଭିଆଇପି(୪) + ଅନ୍ୟ ପାର୍ଟି (୪)= ୧୨୨
୪. ଚତୁର୍ଥ ବିକଳ୍ପ: ମହାଗଠବନ୍ଧନ (୧୧୦)+ ଜେଡିୟୁ (୪୩) : ୧୫୩
Comments are closed.