ନୂଆଦିଲ୍ଲୀ: ବିବାହ ପରେ ଗାୟିକା ନେହା କକ୍କଡ ପ୍ରଥମ ଥର ପତି ରୋହନପ୍ରୀତଙ୍କ ସହିତ ବିଦେଶରେ ଦୀପାବଳି ପାଳନ କରିଛନ୍ତି। ନେହା କକ୍କଡ ଏବେ ଦୁବାଇରେ ତାଙ୍କ ସ୍ୱାମୀ ରୋହନପ୍ରୀତଙ୍କ ସହ ହନିମୁନ୍ରେ ଯାଇଛନ୍ତି। ଏଥର ଦୀପାବଳୀ ନେହା ଦୁବାଇରେ ମନାଇଛନ୍ତି। ନେହା କକ୍କଡ କିଛି ଦିୱାଲୀ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ନେହା ଇନଷ୍ଟାଗ୍ରାମରେ ସ୍ୱାମୀ ରୋହନପ୍ରୀତଙ୍କ ସହ ଫଟୋ ସେୟାର କରିଛନ୍ତି। ନେହା କକ୍କଡ କ୍ୟାପସନରେ ଲେଖିଛନ୍ତି – ଆମର ପ୍ରଥମ ଦିୱାଲୀ ଏକାଠି ଏବଂ ବହୁତ ସ୍ୱତନ୍ତ୍ର। ସମସ୍ତଙ୍କୁ ଦିୱାଲୀର ଶୁଭେଚ୍ଛା। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ।
ନେହାଙ୍କ ଏହି ଫଟୋଗୁଡ଼ିକରେ ତାଙ୍କ ଭାଇ ଟୋନି କକ୍କଡ ମଧ୍ୟ ପ୍ରତିକ୍ରିୟା ଦେଇ ଲେଖିଛନ୍ତି- ଶୁଭ ଦୀପାବଳି ତୁମେ ଦୁହିଁଙ୍କୁ ବହୁତ ମିସ୍ କରୁଛି। ନେହାଙ୍କ ଭଉଣୀ ସୋନୁ କକ୍କଡ ମଧ୍ୟ ଦିୱାଲୀ ଅବସରରେ ନେହା-ରୋହନପ୍ରୀତଙ୍କୁ ମିସ୍ କରୁଥିବା ବିଷୟରେ ଉଲ୍ଲେଖ କରିଛନ୍ତି।
Comments are closed.