Latest Odisha News

BREAKING NEWS

ଚାରି ମାସ ପରେ ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଏବେ ପ୍ରତିଦିନ ଆଶ୍ୱସ୍ତିକର ଖବର ସାମନାକୁ ଆସୁଛି । ଦେଶରେ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୦ ହଜାରରୁ କମ୍ ସଂକ୍ରମିତ ହୋଇଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ୨୯ ହଜାର ୧୬୪ ନୂଆ ଆକ୍ରାନ୍ତ । ଚାରି ମାସରେ ପ୍ରଥମ ଥର ଦିନକରେ ୩୦ ହଜାରରୁ କମ୍ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮୮ଲକ୍ଷ ୭୪ ହଜାର ୨୯୧କୁ ବୃଦ୍ଧି ପାଇଛି ।
ଦେଶରେ ବଢୁଛି ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ମହାମାରୀ ଆଉ ୪୪୯ ଆକ୍ରାନ୍ତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩୦ ହଜାର ୫୧୯ । ଦେଶରେ ମୃତ୍ୟୁହାର ରହିଛି ୧.୪୭% ।

ଦେଶରେ ୯୩ ପ୍ରତିଶତ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ମୋଟ୍ ୮୨ ଲକ୍ଷ ୯୦ ହଜାର ୩୭୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଆଉ ୪୦ ହଜାର ୭୯୧ ଆକ୍ରାନ୍ତ । ବର୍ତ୍ତମାନ ଦେଶରେ ୪ ଲକ୍ଷ ୫୩ ହଜାର ୪୦୧ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.