Latest Odisha News

BREAKING NEWS

ବଦଳିଯିବ କି ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟର ନାମ?

ନୂଆଦିଲ୍ଲୀ:ବିଜେପି ସାଧାରଣ ସମ୍ପାଦକ ସିଟି ରବି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ନାମ ପରିବର୍ତ୍ତନ କରି ସ୍ୱାମୀ ବିବେକାନନ୍ଦଙ୍କ  ନାମରେ ନାମିତ କରିବାକୁ ଦାବି କରିଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସହର ଏବଂ ବିଶ୍ୱବିଦ୍ୟାଳୟର ନାମ ବଦଳାଇବା ପାଇଁ ଭାରତରେ ରାଜନୀତିରେ ପରିବର୍ତ୍ତନ ଆସିଛି। ଉତ୍ତରପ୍ରଦେଶର ମୋଗଲସରାଇ ରେଳ ଷ୍ଟେସନର ନାମ ଦୀନ୍ ଦୟାଲ୍‌ ଉପାଧ୍ୟାୟ ଜଙ୍କସନ ନାମରେ ନାମିତ କରାଯାଇଛି ଏବଂ ଏଥିସହ ଆହ୍ଲାବାଦର ମଧ୍ୟ ନାମ ପରିବର୍ତ୍ତନ କରି ପ୍ରୟାଗରାଜ ନାମରେ ନାମିତ କରାଯାଇଛି। ତେବେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ ବିଶ୍ୱବିଦ୍ୟାଳୟର ନାମକୁ ଅନ୍ୟ ଜଣେ ମହାନ ବ୍ୟକ୍ତିଙ୍କ ନାମରେ ପରିବର୍ତ୍ତନ କରିବାକୁ ଦାବି ହେଉଛି।

ଇନ୍ଦିରା ଗାନ୍ଧୀ ଶାସନ ସମୟରେ ଜେଏନୟୁ ଏହାର ସତ୍ତା ବିରୋଧୀ ଚରିତ୍ର ପାଇଁ ଜଣାଶୁଣା। ବାମପନ୍ଥୀ ଛାତ୍ର ସଂଗଠନର ଏହି ଗଡ଼ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ମନମୋହନ ସିଂ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଗତ ଚାରି ବର୍ଷ ମଧ୍ୟରେ ଏମିତି ଅନେକ ଘଟଣା ଘଟିଛି ଯେତେବେଳେ ଏଠାରେ ଛାତ୍ରମାନଙ୍କୁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସ ଦାୟୀ କରିଛି। ଏହି ବିଶ୍ୱବିଦ୍ୟାଳୟ ଦକ୍ଷିଣପନ୍ଥୀ ଗୋଷ୍ଠୀର ଟାର୍ଗେଟ୍‌ରେ ରହିଆସିଛି। ଦେଶଦ୍ରୋହ ଅଭିଯୋଗରେ ଗିରଫ ହେବା ପରଠାରୁ ଜେଏନୟୁ ଛାତ୍ର ସଂଘ ପୂର୍ବତନ ସଭାପତି କହ୍ନେୟା କୁମାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Comments are closed.