ସିଡନୀ: ଅଷ୍ଟ୍ରେଲିଆ ଡିଫେନ୍ସ ଫୋର୍ସ ଚିଫ ଜେନେରାଲ ଏଙ୍ଗସ କ୍ୟାମ୍ପବେଲ ଶୁକ୍ରବାର ଦେଇଥିବା ବୟାନ ସାରା ବିଶ୍ୱକୁ ଚକିତ କରି ଦେଇଛି । ଏହି ରିପୋର୍ଟ ଅନୁସାରେ ଆଫଗାନିସ୍ତାନରେ ନିଯୁକ୍ତ ଅଷ୍ଟ୍ରେଲିଆ ସେନା ୩୯ଜଣ ନିର୍ଦ୍ଦୋଷଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏମାନଙ୍କ ମଧ୍ୟରେ ସାଧାରଣ ନାଗରିକ, କୈଦୀ ଓ କୃଷକ ଥିଲେ । ଆମେରିକା ସହ ମିଶି ପ୍ରଥମ ଥର ଯୁଦ୍ଧକୁ ଯାଉଥିବା ଏହି ଅନଭିଜ୍ଞ ସୈନିକ କେବଳ ଅଭ୍ୟାସ ପାଇଁ ଏହି ନୃଶଂସପଣିଆ କାର୍ଯ୍ୟ କରି ମାନବିକତା ହତ୍ୟା କରିଛନ୍ତି । ଏନବିସି ଏଙ୍ଗସଙ୍କ ରିପୋର୍ଟ ପ୍ରକାଶ କରିଛି । ସୈନ୍ୟ ମାନେ ନିର୍ଦ୍ଦୋଷଙ୍କୁ ହତ୍ୟା କରିବା ପରେ ସେମାନଙ୍କ ନିକଟରେ ବନ୍ଧୁକ ରଖି ରେଡିଓ ବାର୍ତା ଦେଉଥିଲେ ଯେ, ଏନକାଂଟରରେ ଶତ୍ରୁକୁ ମାରିଛୁ ।
୨୦୦୯ରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲେ ମଧ୍ୟ ୨୦୧୨ ଓ ୧୩ରେ ଅଧିକାଂଶ ହତ୍ୟା କରାଯାଇଥିଲ । । ଅନ୍ୟମାନଙ୍କଠାରୁ ଅଧିକ ବାହାଦୂର ପ୍ରମାଣ କରିବା ପାଇଁ ସେମାନେ ନାରକୀୟ କାଣ୍ଡ ଘଟାଇଥିଲେ । ସମ୍ପୃକ୍ତ ଘଟଣା ନେଇ ୪୦୦ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରାଯାଇଛି । ୪ ବର୍ଷ ତଦନ୍ତ ପରେ ସମ୍ପୃକ୍ତ ଘଟଣାରେ ୧୯ ସୈନ୍ୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଡିଫେନ୍ସ ଫୋର୍ସର ମୁଖ୍ୟ ଏହି ଘଟଣା ନେଇ ଆଫଗାନିସ୍ତାନକୁ କ୍ଷମା ମାଗିଛନ୍ତି । ସୈନ୍ୟଙ୍କ ବିରୋଧରେ ହତ୍ୟା ଅପରାଧ ରୁଜୁ କରାଯାଇ ଦଣ୍ଡବିଧାନ କରାଯିବ ।
Comments are closed.