Latest Odisha News

BREAKING NEWS

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ, ଇଏସଆଇ ହସ୍ପିଟାଲ ଲୋକାର୍ପଣ ସହ ୪ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତକ୍ରମରେ ମୋଦିଙ୍କ ଦ୍ୱାରା ୧ଶହ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ ହେବା ସହିତ ୪ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ହେବ ।

ମିଳିଥିବା ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଓଡ଼ିଶା ଗସ୍ତ ସୂଚୀ ଅନୁଯାୟୀ, ପ୍ରଧାନମନ୍ତ୍ରୀ  ସୋମବାର ଦିନ ୧.୦୫ ସମୟରେ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସେ କାର୍ ମାଧ୍ୟମରେ ଭୁବନେଶ୍ୱରସ୍ଥ ଅରଗୁଲଠାରେ ସ୍ଥିତ ଭୁବନେଶ୍ୱର ଆଇଆଇଟିର ଉଦଘାଟନ କରିବାକୁ ପ୍ରାୟ ୧.୪୦ ସମୟରେ ଯିବେ । ପ୍ରଧାନମନ୍ତ୍ରୀ ୧.୪୦ ରୁ ପ୍ରାୟ ୨.୨୦ ମଧ୍ୟରେ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରୁ ନାଇଜର୍ ଷ୍ଟାଡ଼ିୟମ ଅଭିମୁଖେ ପ୍ରସ୍ଥାନ କରିବେ । ନାଇଜର୍ ଷ୍ଟାଡ଼ିୟମରେ ୨.୩୦ ମିନିଟ ସମୟରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ତେବେ ଦିନ ୩.୧୫ ସମୟରେ ଷ୍ଟାଡ଼ିୟମରୁ ପ୍ରସ୍ଥାନ କରି ମୋଦି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଅପରାହ୍ନ ୪ଟା ସମୟରେ ଦିଲ୍ଲୀ ଅଭିମୁଖେ ବିମାନ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ସହିତ ମୋଦି ଜାତୀୟ ରାଜପଥର ୪ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ୪୩୬୧ କୋଟି ବ୍ୟୟରେ ମୋଟ ୩୬୩ କିଲୋମିଟର ଲମ୍ବର ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଧ୍ୟରେ ୬ ଲେନ ବିଶିଷ୍ଟ ଚଣ୍ଡିଖୋଲ-ଭଦ୍ରକ ରାଜପଥ, ୪ ଲେନ ବିଶିଷ୍ଟ କଟକ-ଅନୁଗୁଳ ରାଜପଥ, ୬ ଲେନ ବିଶିଷ୍ଟ ଟାଙ୍ଗି-ପୁଇଁତଳା ରାଜପଥ ଏବଂ ଖଣ୍ଡଗିରି ଫ୍ଲାଏ ଓଭରବ୍ରିଜ ଶିଳାନ୍ୟାସ ହେବାର କାର୍ଯ୍ୟକ୍ରମ ରହିଛି ।

ତେବେ ଆଇ ଆଇଟି କ୍ୟମ୍ପସରେ ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଏହି ଶିଳାନ୍ୟାସ ଉତ୍ସବ ଅନ୍ତଭୃକ୍ତ ରହିଛି ବୋଲି ସୂଚନା ମିଳିଛି ।

ସେହିପରି ୧ ଶହ ଶଯ୍ୟା ବିଶିଷ୍ଟ ଇଏସଆଇ (କର୍ମଚାରୀ ରାଜ୍ୟ ବୀମା ନିଗମ ) ହସ୍ପିଟାଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରୁଥିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ନିରପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ନିରାପତ୍ତା ବ୍ୟବସ୍ଥାକୁ ନିରୀକ୍ଷଣ କରିବାକୁ ଏସପି ର‌୍ୟାଙ୍କର ୪ଜଣ ବରିଷ୍ଠ ଅଧିକାରୀ, ୧୦ ଜଣ ଅତିରିକ୍ତ ଏସପି ଏବଂ ୩୦ ଜଣ ଡ଼ିଏସପି ନିୟୋଜିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଦା ଉପକଣ୍ଠସ୍ଥ ବରୁଣେଇ ପାହାଡ଼ରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି, ତେଣୁ ସେହି ସମଗ୍ର ପାହାଡ଼ ପରିସର ଅଞ୍ଚଳକୁ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ ଫୋର୍ସ ଦ୍ୱାରା କର୍ଡ଼ନ କରାଯିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ସେହି ସଭାସ୍ଥଳକୁ କୌଣସି ବ୍ୟକ୍ତିଙ୍କୁ ପାଣି ପାଉଚ୍ କିମ୍ବା ପାଣି ବୋତଲ ନେଇ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ  ।

Leave A Reply

Your email address will not be published.