Latest Odisha News

ଡିସେମ୍ବରରେ ବାହା ହେବେ ଅଭିନେତ୍ରୀ ଗୌହର୍‌ ଖାନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଗୌହର ଖାନ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ନିକଟରେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ। ସେ ଜୈଦ୍‌ ଦରବାର୍‌ଙ୍କ ସହ ପ୍ରେମ ସମ୍ପର୍କରେ ରହିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ଦୁହେଁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ସୂଚନାଯୋଗ୍ୟ ଗୌହର ଏବଂ ଜୈଦ୍‌ ଆସନ୍ତା ମାସରେ ବିବାହ କରିବାକୁ ଯାଉଛନ୍ତି। ଏହାର ତାରିଖ ମଧ୍ୟ ସାମ୍ନାକୁ ଆସିଛି। ଉଭୟ ୨୫ ଡିସେମ୍ବର ୨୦୨୦ରେ ବିବାହ କରିବାକୁ ଯାଉଛନ୍ତି।

ବିବାହ ସ୍ଥାନ ବିଷୟରେ କହିବାକୁ ଗଲେ ଗୌହର ଏବଂ ଜୈଦ୍‌ଙ୍କ ବିବାହ ମୁମ୍ବାଇସ୍ଥିତ ଆଇଟିସି ମରାଠାଠାରେ ଅନୁଷ୍ଠିତ ହେବ। ତେବେ ବିବାହ ପାଇଁ ପ୍ରସ୍ତୁତି ଡିସେମ୍ବର ୨୨ରୁ ଆରମ୍ଭ ହୋଇଯିବ।

ସୂଚନାନୁସାରେ, ଏହି ବିବାହରେ କେବଳ ପରିବାର, ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ସାମିଲ୍‌ ହେବେ। କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.