Latest Odisha News

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ଜନ୍ମଦିନ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ନବୀନ ଓ ମୋଦି

ନୂଆଦିଲ୍ଲୀ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ତମ ଜନ୍ମଦିନ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୧୯୨୪ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀ ।

ଏହି ଅବସରରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍ କରି ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ଅବସରରେ ମୁଁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି । ଅଟଳଜୀ ଥିଲେ ଜଣେ ଉଚ୍ଚକୋଟୀର କବି, ଜଣେ ବିଚକ୍ଷଣ ବାଗ୍ମୀ ତଥା ଆଧୁନିକ ଭାରତର ଜଣେ ପ୍ରସିଦ୍ଧ ଜନନାୟକ ଥିଲେ ।

 

ସେହିପରି ରାଷ୍ଟ୍ରୀୟ ସ୍ମୃତିସ୍ଥଳ ତଥା ଅଟଳଙ୍କ ସମାଧି ପୀଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏଥିସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ଲାଲକୃଷ୍ଣ ଆଡୱାଣୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଅଟଳ ବିହାରୀ ବାଜପେୟୀ ଥିଲେ ଭାରତୀୟ ରାଜନୀତିର ପିତାମହ ଭୀଷ୍ମ । ଦେଶକୁ ସୁଶାସନ ଦେଇ ବିକାଶ ପଥରେ ଆଗେଇ ନେଇଥିଲେ ଏହି କାଳଜୟୀ ରାଜନୀତିଜ୍ଞ । ଜଣେ ନିଷ୍ଠାପର ରାଜନୀତିଜ୍ଞ ତଥା ସରଳ ଓ ଅମାୟିକ ପ୍ରଶାସକ ଭାବେ ଭାରତୀୟ ଜନମାନସରେ ଅଜାତ ଶତ୍ରୁ ଅଟଳ ବିହାରୀ ବାଜପେୟୀ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ ।

Leave A Reply

Your email address will not be published.