ଭୁବନେଶ୍ୱର: ସୀମା ବିବାଦ ପ୍ରସଙ୍ଗରେ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ନିଜ ବିବୃତ୍ତିରେ ସେ କହିଛନ୍ତି, କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲା ମଧ୍ୟରେ ସୀମା ବିବାଦ ରହିଛି ।
ଆପୋଷ ବୁଝାମଣାରେ ସୀମା ଚିହ୍ନଟ: ରାଜସ୍ୱ ମନ୍ତ୍ରୀ
୨୧ଟି ଗାଁରେ ଏହି ସମସ୍ୟା ରହିଛି । ଯେଉଁଠି ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଛନ୍ତି । ଜିଲ୍ଲାପାଳ ଓ ଆରଡ଼ିସିଙ୍କ ତତ୍ତ୍ୱାବଧାନରେ ସୀମା ବିବାଦ ସମାଧାନ ପାଇଁ ଉଦ୍ୟମ ଜାରି ରହିଛି । ସେହିପରି ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମବଙ୍ଗ ମଧ୍ୟରେ ମଧ୍ୟ କିଛି ସମସ୍ୟା ରହିଛି। ୯ଟି ଗାଁରେ ସମସ୍ୟା ରହିଥିବା ବେଳେ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କମିଟି ହୋଇଛି ।
ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ: ମୋହନ ମାଝୀ
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶାର ସୀମା ବିବାଦ ରହିଛି । କୋରାପୁଟରେ ୨୧, ଗଜପତିରେ ୧୬ ଗାଁ ସହିତ ବିବାଦ ଲାଗି ରହିଛି । ସେସବୁ ସ୍ଥାନରେ ବିକାଶ ହେଉନଥିବାରୁ ଲୋକ ପଡ଼ୋଶୀ ରାଜ୍ୟ ଆଡ଼କୁ ଢଳୁଥିବା ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନ କଲେ ବିବାଦର ସମାଧାନ ହେବନି ବୋଲି ମୋହନ ମାଝୀ କହିଛନ୍ତି ।
ପଡ଼ୋଶୀ ରାଜ୍ୟର ଦାଦାଗିରି: ବିଷ୍ଣ ସେଠୀ
ସୀମା ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ସରକାର ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ପଡ଼ୋଶୀ ରାଜ୍ୟ ଦାଦାଗିରି କରୁଛି । ମନ୍ତ୍ରୀ କିଛି ବୁଝୁନାହାନ୍ତି କିମ୍ବା ସୀମା ବିବାଦ ଭିତରକୁ ପଶୁ ନାହାନ୍ତି । ସୀମାରେ ଥିବା ଲୋକଙ୍କ ପ୍ରତି ସରକାରଙ୍କ ନିଘା ନାହିଁ ।ବାଲେଶ୍ୱର ଓ ଭଦ୍ରକରେ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି । ସର୍ବଦଳୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ବିଷ୍ଣୁ ସେଠୀ ।
BREAKING NEWS
- ସିଜରିଆନ୍ ଅପରେସନ୍ ପରେ ୧୭ ବର୍ଷ ଧରି ମହିଳାଙ୍କ ପେଟରେ ରହିଗଲା ସର୍ଜିକାଲ୍ କଇଁଚି!
- ଚେନ୍ନାଇକୁ ୫୦ ରନ୍ରେ ହରାଇଲା ଆରସିବି, ଚେପକରେ ୧୭ ବର୍ଷ ପରେ ବିଜୟ
- ଏନ୍ଏଚ୍-୫୫ ରାସ୍ତା କାମ ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
- ଦିଲ୍ଲୀ ନୁହେଁ ତାମିଲନାଡ଼ୁରେ ନବୀନ, ସାଙ୍ଗରେ ଅଛନ୍ତି ଭି.କେ ପାଣ୍ଡିଆନ୍!
- ବିଧାୟକଙ୍କ ଦରମା: ଓଡ଼ିଶା ଦେଶରେ ତଳୁ ଆଡ଼ୁ!
- ନୋକିଆ ଫୋନର ବିଫଳତା କାହିଁକି ସମସ୍ତେ ଜାଣିବା ଆବଶ୍ୟକ?
- ବିଜେଡିକୁ ଝଟକା: ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ
- ଲାଞ୍ଚ ନେଇ ଫସିଲେ ଓଡିଶା ଡାକ୍ତର
- ପୋଲିସି ଡିଜିଙ୍କ ଉପରେ ବର୍ଷିଲା କଂଗ୍ରେସ, କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି
- ରାଜଧାନୀରେ ବିକ୍ଷୋଭ ବେଳେ ହିଂସା: ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ
Comments are closed.