Latest Odisha News

BREAKING NEWS

ଆଉ ନାହାନ୍ତି ଭାରତୀୟ ସଫ୍ଟୱେୟାର ଇଣ୍ଡଷ୍ଟ୍ରିର ଜନକ

ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠିତ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର ଚନ୍ଦ କୋହଲିଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ୧୯ ମାର୍ଚ୍ଚ ୧୯୨୪ରେ ସେ ପାକିସ୍ତାନର ପେଶାୱରରେ ଜନ୍ମଗ୍ରହଣ କରିଥିଲେ । ଭାରତର ସଫ୍ଟୱେର ଇଣ୍ଡଷ୍ଟ୍ରିର ଜନକ ଭାବେ ସେ ପରିଚିତ । ଏମଆଇଟି ଡିଗ୍ରୀ ହାସଲ କରିବା ପରେ ଫକୀର ଚନ୍ଦ ୧୯୫୧ରେ ଟାଟା ଇଲେକ୍ଟ୍ରିକ କମ୍ପାନୀରେ ଯୋଗ ଦେଇ ଦେଶର ପ୍ରଥମ ଲୋଡ ଡେସପାଚ କେନ୍ଦ୍ର ପ୍ରତିଷ୍ଠା କରିଥିଲେ ।

୧୯୬୯ରେ ମୁମ୍ବାଇ ଓ ପୁଣେ ମଧ୍ୟରେ ଥିବା ବିଦ୍ୟୁତ ଲାଇନକୁ କଂଟ୍ରୋଲ କରିବା ପାଇଁ କମ୍ପ୍ୟୁଟର ସିଷ୍ଟମ ସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ଟାଟା ଗ୍ରୁପ ମୁଖ୍ୟ ଜେଆରଡି ଟାଟା କୋହଲିଙ୍କୁ ଟିସିଏସ ସ୍ଥାପନ କରିବା ପାଇଁ କହିଥିଲେ । ଏହା ପରେ ଟିସିଏସ ଭାରତ ବ୍ୟତୀତ ଅନ୍ତର୍ଜାତୀୟସ୍ତରରେ ନାମ କମାଇଥିଲା ।

Leave A Reply

Your email address will not be published.