Latest Odisha News

BREAKING NEWS

ଚାପୁଡା ମାରି ଝିଅକୁ ମାରିଦେଲା ବାପା !

କୋରାପୁଟ: ଯେଉଁ ବୟସରେ ବାପା ସହ କୁନି ଝିଅ ଖେଳିବା କଥା, ସେହି ବୟସରେ ସେ ନିଜ ବାପା ହାତରେ ପ୍ରାଣ ହରାଇଥିଲା । ବାପାର ଚାପୁଡା ମାଡରେ ଚାଲିଗଲା ୬ ବର୍ଷୀୟ ଝିଅର ଜୀବନ । ଏଭଳି ଘଟଣାକୁ ନେଇ ପଟ୍ଟାଙ୍ଗୀର ତଉପଦର ଗାଁ ଲଜ୍ଜା ମୁଣ୍ଡାଇଛି ।

ଶୁକ୍ରବାର ନିଜ ଝିଅର ହତ୍ୟା ଅଭିଯୋଗରେ ପଟ୍ଟାଙ୍ଗୀ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଅଭିଯୁକ୍ତର ପରିଚୟ ବାଙ୍ଗୁରୁ ପାଙ୍ଗି ବୋଲି ଜଣାପଡିଛି । ପୋଲିସ ରିପୋର୍ଟ ଅନୁଯାୟୀ ନଭେମ୍ବର ୨୧ରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ଯାହା ପରେ ଅଭିଯୁକ୍ତ ବାଙ୍ଗୁରୁ ନିଜ ଝିଅର ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିଥିଲା ।

ଏତଲା ପାଇବା ପରେ ଏସ୍‌ଡିପିଓ ନିରଂଜନ ବେହେରା ଆରମ୍ଭ କରିଥିଲେ ତନାଘନା । ହେଲେ ଶେଷରେ ତଦନ୍ତରେ ଯାହା ସାମ୍ନାକୁ ଆସିଥିଲା, ତାକୁ ସ୍ୱପ୍ନରେ ସୁଦ୍ଧା କେହି କଳ୍ପନା କରିନଥିଲେ । ଘଟଣାଦିନ ନିଜ ଝିଅକୁ ବାଙ୍ଗୁରୁ ପାଠ ପଢାଉଥିଲା । ହେଲେ ପ୍ରଶ୍ନର ଉତ୍ତର ଦେଇ ନପରିବାରୁ ଝିଅକୁ ଏକ ଶକ୍ତ ଚାପୁଡା ମାରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଡିଯାଇଥିଲା ନିଷ୍ପାପ ଝିଅର ପ୍ରାଣବାୟୁ ।

ଗିରଫ ହେବା ଭୟରେ ଅଭିଯୁକ୍ତ ବାଙ୍ଗୁରୁ ଝିଅର ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିଲା । ଜେରାରେ ସବୁ ସତ ଓଗାଳିଲା ପରେ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରି ପୋଲିସ ପୋଷ୍ଟମୋର୍ଟମ ପାଇଁ ପଠାଇଛି । ଅନ୍ୟପଟେ ଗିରଫ ଅଭିଯୁକ୍ତ ବାଙ୍ଗୁରୁ ପାଙ୍ଗିକୁ ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି ।

Leave A Reply

Your email address will not be published.