Latest Odisha News

BREAKING NEWS

ନାବାଳିକା ହତ୍ୟାକାଣ୍ଡ ମାମଲାରେ ବିଜୟଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ନାବାଳିକା ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟଙ୍କ ତତ୍ବାବଧାନରେ ଏସଆଇଟି ଯାଞ୍ଚ କରୁଥିବା ବେଳେ ସତ୍ୟତା ଜଣାପଡିବ ବୋଲି ସୋମବାର ଦିନ କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର।

“ମୋର ବ୍ୟକ୍ତିଗତ ମତରେ, ନାବାଳିକାଙ୍କ ମୃତ୍ୟୁ ସାରା ରାଜ୍ୟବାସୀଙ୍କ ପାଇଁ ଏକ ଶକ୍ତ ଧକ୍କା ସଦୃଶ୍ୟ। ରାଜ୍ୟ ସରକାର ହାଇକୋର୍ଟଙ୍କ ତତ୍ବାବଧାନରେ ଏସଆଇଟି ଯାଞ୍ଚ ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ମୁଁ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି” ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ରାଜ୍ୟରେ ନେଇଥିବା ତଦନ୍ତ ଭାରରେ ବିଫଳ ହୋଇଛି। ସେ କହିଛନ୍ତି ଯେ “ମୁଁ ଆଶାବାଦୀ ଯେ ତଦନ୍ତ ସ୍ୱଚ୍ଛ ହେବ ଏବଂ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ”।

Leave A Reply

Your email address will not be published.