Latest Odisha News

ପିଲାଙ୍କ ଡାକ୍ତର ହେବାର ଇଚ୍ଛାକୁ ପୂରଣ କରିବେ ସୋନୁ; ଛାତ୍ରବୃତ୍ତି ନେଇ କଲେ ଘୋଷଣା

ମୁମ୍ବାଇ: ରିଲ ନୁହେଁ ବରଂ ରିୟଲ ଲାଇଫ ହିରୋ। ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦ କରୋନାର ଏହି ମହାସଙ୍କଟ ମଧ୍ୟରେ ଅନେକ ଗରିବଙ୍କ ପାଇଁ ସାଜିଛନ୍ତି ଜିଅନ୍ତା ଦେବତା।

ନିଜ କାମରେ ଅନେକ ଥର ଲୋକଙ୍କ ମନ ଜିତିଥିବା ବେଳେ ପୁଣି ଥରେ ସେ ନିଜର ମହାନତା ପ୍ରତିପାଦନ କରିଛନ୍ତି।

ପୂର୍ବରୁ ଅନେକଙ୍କୁ ଲୋକଙ୍କୁ ଖାଦ୍ୟ,ବାସଗୃହ, ତଥା ରୋଜଗାର ଓ ପିଲାଙ୍କୁ ପଢ଼ିବା ପାଇଁ ସାହାଯ୍ୟ କରିଥିବା ସୋନୁ ଏବେ ଛାତ୍ରବୃତ୍ତି ଦେବାକୁ ଘୋଷଣା କରିଛନ୍ତି।

ଆଇଏସଏମ.ଓରାଜି ନାମରେ ୫ ଲକ୍ଷ ଟଙ୍କାର ଏକ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଡାକ୍ତରୀ ପଢ଼ିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ଏହାର ସୁବିଧା ଉଠାଇପାରିବେ ବୋଲି ସୂଚନା ମିଳିଛି। ଏ ନେଇ ସୋନୁ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ଜଣାଇଛନ୍ତି।

ଟୁଇଟ କରି ସୋନୁ ଲେଖିଛନ୍ତି ଯେ, ମୁଁ ଚାହେଁ ପ୍ରତ୍ୟେକ ଛାତ୍ରଛାତ୍ରୀ, ଯିଏ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନେ ଡାକ୍ତର ହୁଅନ୍ତୁ। ମୁଁ ଏଠାରେ http://SONUISM.ORGର ଶୁଭାରମ୍ଭ କରୁଛି। ଆଇଏସଏମ ଏଡୁଟେକ୍ ସହିତ ମିଶି ମୁଁ ମୋର ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ। ଆସନ୍ତୁ ଏକ ସୁସ୍ଥ ରାଷ୍ଟ୍ର ଗଢ଼ିବା” ।

Leave A Reply

Your email address will not be published.