Latest Odisha News

BREAKING NEWS

ରାସ୍ତାରେ ହେଲା ଟଙ୍କା ବର୍ଷା; ନିଜ କାମ ଛାଡି ଟଙ୍କା ଉଠାଇବାରେ ଲାଗିପଡିଲେ ଲୋକେ

ସାଣ୍ଟା କେଟ୍ରିନା: ରାସ୍ତା ଉପରେ ହେଲା ଟଙ୍କା ବର୍ଷା । ବିଡାବିଡା ଟଙ୍କା ରାସ୍ତାରେ ପଡିଥିଲା । ଯିଏ ପାରିଲା ଗୋଟାଇବାରେ ଲାଗିଲା । ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ବ୍ରାଜିଲର ସାଣ୍ଟା କେଟ୍ରିନା ଅଞ୍ଚଳରେ।

ସୂଚନାନୁସାରେ, ଏଠାରେ ପ୍ରାୟ ୨୪ ରୁ ଅଧିକ ବ୍ୟାଙ୍କ ଲୁଟେରା ମିଶି ୪ ଟି ବ୍ୟାଙ୍କରୁ ବଡ଼ ଧରଣର ଲୁଟ କରି ରାସ୍ତାରେ ଟଙ୍କା ବର୍ଷା କରିଛନ୍ତି।

ତେବେ ଏହି ଟଙ୍କା ବର୍ଷା ଲୋକଙ୍କ ଭଲ ଚିନ୍ତା କରି ଚୋର ମାନେ କରାଇନାହାନ୍ତି ବରଂ ପୋଲିସ କବଳରୁ ରକ୍ଷା ପାଇବା ପାଇଁ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି। ପୋଲିସ ଏହି ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଚୋର ମାନେ ନିଜ ଉପସ୍ଥିତ ବୁଦ୍ଧି ଲଗାଇ କିଛି ଟଙ୍କା ରାସ୍ତା ଉପରେ ବର୍ଷା କାରି ଦେଇଥିଲେ। ଫଳରେ ଏହି ଟଙ୍କା ଉଠାଇବା ପାଇଁ ଲୋକଙ୍କ ଭିଡ଼ ଲାଗିଥିଲା। ଏହି ଭିଡର ଫାଇଦା ଉଠାଇ ଚୋର ମାନେ ଖସି ପଳାଇଥିବା ଜଣାପଡିଛି।

Leave A Reply

Your email address will not be published.