Latest Odisha News

BREAKING NEWS

ବୁମରାଙ୍କ ଘାତକ ବୋଲିଂରେ କଙ୍ଗାରୁ ଧରାଶାୟୀ, ଅଷ୍ଟ୍ରେଲିଆ ୧୫୧/୧୦

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣଠାରେ ଚାଲିଥିବା ୩ୟ ତଥା ନିର୍ଣ୍ଣାୟକ ଟେଷ୍ଟମ୍ୟାଚର ୩ୟ ଦିବସରେ ଭାରତୀୟ ବୋଲର ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂକୁ ସାମ୍ନା କରିନ’ପାରି ଅଷ୍ଟ୍ରେଲିଆ ଦଳ ୧ମ ଇନିଂସରେ ମାତ୍ର ୧୫୧ ରନ କରି ଅଲଆଉଟ ହୋଇଛି । ଏହାଫଳରେ ୨୯୬ ରନର ପ୍ରଥମ ପାଳି ଅଗ୍ରଣୀ ଲାଭ କରିପାରିଛି ଭାରତ । ତେବେ ବର୍ତ୍ତମାନ ସୁଦ୍ଧା ଭାରତ ୨ୟ ଇନିଂସ ଆରମ୍ଭ କରି ୪ଟି ୱିକେଟ ବିନିମୟରେ ୩୨ ରନ ସ୍କୋର କରିପାରିଛି ।

ଭାରତର ୧ମ ଇନିଂସ ସ୍କୋର ୪୪୭/୭ ର ଜବାବ ଦେବାକୁ ଯାଇ କଙ୍ଗାରୁ ଦଳ ଭାରତୀୟ ବୋଲରମାନଙ୍କୁ ସମ୍ମୁଖୀନ ହୋଇ ପାରିନାହାନ୍ତି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ମାତ୍ର ୧୫୧ ରନରେ ଅଟକିଯାଇଛି । ଅଷ୍ଟ୍ରେଲୀୟ ଓପନର୍ ମାର୍କସ ହ୍ୟାରିସ ଓ କପ୍ତାନ ଟିମ୍ ପେନଙ୍କ ୨୨ ରନ, ଖ୍ୱାଜା ୨୧ ଏବଂ ଟ୍ରାଭିସ ହେଡଙ୍କ ୧୯ ରନ ବ୍ୟତୀତ ଅନ୍ୟ କୌଣସି କଙ୍ଗାରୁ ବ୍ୟାଟ୍ସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଭାରତୀୟ ବୋଲର ବୁମରା, ଈଶାନ୍ତ ଶର୍ମା, ରବୀନ୍ଦ୍ର ଜାଡ଼େଜା ତଥା ମହମ୍ମଦ ସାମିଙ୍କ ଘନଘନ ବୋଲିଂ ଆକ୍ରମଣରେ କଙ୍ଗାରୁ ବ୍ୟାଟିଂ ବିଭାଗ ତାସ୍ ଘର ପରି ମାତ୍ର ଦେଢଶହ ରନରେ ଭୁଷୁଡ଼ି ପଡ଼ିଥିଲା ।

ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟ ଭାରତକୁ ବେଶ୍ ଫାଇଦା ଯୋଗାଇବା ସହିତ ମ୍ୟାଚରେ ବିଜୟ ହାସଲ କରିବାର ଅପୂର୍ବ ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ତେବେ ଭାରତ ୨ୟ ଇନିଂସ ଆରମ୍ଭ କରି ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସହଳ ୩ଟି ୱିକେଟ ହରାଇଛି । ରିପୋର୍ଟ ଲେଖିବା ସୁଦ୍ଧା ଭାରତ ୪ଟି ୱିକେଟ ହରାଇ ୩୨ ରନ କରିଛି । ଏପର୍ଯ୍ୟନ୍ତ ଭାରତ ୩୨୪ ରନର ଅଗ୍ରଣୀ ଲାଭ କରିପାରିଛି ।

Leave A Reply

Your email address will not be published.