Latest Odisha News

BREAKING NEWS

ଫେବୃଆରୀରେ ପ୍ରକାଶ ପାଇବ କଂଗ୍ରେସର ନିର୍ବାଚନୀ ଇସ୍ତାହାର: ନିରଞ୍ଜନ

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ମାସ ଶେଷ ଆଡ଼କୁ କଂଗେସ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇବ ।

ରାଜ୍ୟ କଂଗ୍ରେସ ଭବନରେ ଗୁରୁବାର ଦିନ ପିସିସି ଇସ୍ତାହାର କମିଟିର ୨ୟ ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆସନ୍ତାବର୍ଷ ଫେବୃଆରୀ ମାସ ଅନ୍ତିମ ପର୍ଯ୍ୟାୟ ସୁଦ୍ଧା କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହି ହିସ୍ତାହାର ପ୍ରସ୍ତୁତି ସମ୍ପର୍କରେ ପରାମର୍ଶ ଦେଇ ଇସ୍ତାହାର କମିଟିକୁ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହି ଇସ୍ତାହାର ରାଜ୍ୟର ବିଭିନ୍ନ ସ୍ଥାନର ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କ ଉପଦେଶ, ମତ ଏବଂ ପରାମର୍ଶ ନେଇ ଦଳର ୱେବ ପୋର୍ଟାଲ ମାଧ୍ୟମରେ ପ୍ରସ୍ତୁତ କରାଯିବା ଆବଶ୍ୟକ ।

ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଗତ ଡ଼ିସେମ୍ବର ୬ ତାରିଖ ଦିନ ନୂତନଭାବେ ଏକ ୧୦ ଜଣିଆ ଇସ୍ତାହାର କମିଟି ଗଠନ କରି ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ହଟାଇ ଗଣେଶ୍ୱର ବେହେରାଙ୍କୁ ଓପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଏହି କମିଟିରେ ବିରୋଧି ଦଳ ନେତା, ପୂର୍ବତନ ଓପିସିସି ସଭାପତି ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଂସଦା, ମେରି ସୁରିନ, ନଟବର ଖୁଣ୍ଟିଆ, ଲିୟାକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ । ଏହା ବ୍ୟତୀତ ବିସ୍ମୟ ମହାପାତ୍ରଙ୍କୁ ଏହି କମିଟିର ଆବାହକ ଭାବେ ନିଯୁକ୍ତ କରାଯାଇଥିଲା ।

Leave A Reply

Your email address will not be published.