Latest Odisha News

BREAKING NEWS

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି: ଦିନିକିଆ ପରାଜୟର ବଦଲା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କାନବେରା: ଆଜିଠୁ ଭାରକ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜି । ଦିନିକିଆରେ ୨-୧ରେ ସିରିଜି ହାରିବା ପରେ ଟି-ଟ୍ୱେଣ୍ଟିରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କୋହଲି ବାହିନୀ । କାନବେରାରେ ଆଜି ଏହି ମ୍ୟାଚ ଖେଳାଯିବ । ପ୍ରଥମ ଟି-ଟ୍ୱେଣ୍ଟିରୁ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଅଛନ୍ତି ଉଭୟ ଦଳ ।

ଦିନିଆକ ଅପେକ୍ଷା ଟିମ୍ ଇଣ୍ଡିଆ ଟି-ଟଟ୍ୱେଣ୍ଟିରେ ସ୍ପେଶାଲିଷ୍ଟ ଖେଳାଳି ଅଛନ୍ତି । ଲୋକେଶ ରାହୁଲ ଓ ଶିଖର ଧଓ୍ୱନ ଇନିଂସ ଓପନ କରିବେ । ଏମାନଙ୍କ ସହ ବ୍ୟାଟିଂ ଭାର ସମ୍ଭାଳିବେ ବିରାଟ କୋହଲି, ଶ୍ରେୟସ ଆୟାର ଓ ମନୀଷ ପାଣ୍ଡେ । ଛଅ ଓ ସାତ ନମ୍ୱରରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଖେଳିବେ ।

ଯଶପ୍ରୀତ ବୁମରାହଙ୍କ ସହ ଦ୍ରୁତ ବୋଲିଂ ବାହିନୀରେ କାହାକୁ ମିଳିବ ସୁଯୋଗ ତାଉପରେ ନଜର ରହିଛି । ଦଳରେ ଅଛନ୍ତି ମହମ୍ମଦ ସାମି, ନଭଦୀପ ସାଇନି, ଟି. ନଟରାଜନ, ଓ୍ୱାଶିଂଟନ୍ ସୁନ୍ଦରଙ୍କ ଭଳି ବୋଲର ।

ସେପଟେ ଦିନିକିଆ ଶୃଙ୍ଖଳ ଜିତିଥିବାରୁ ଅଷ୍ଟ୍ରେଲିଆର ମନୋବଳ ଦୃଢ଼ ରହିଛି । କିନ୍ତୁ ଆହତ କାରଣରୁ ବିସ୍ଫୋରକ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ଓ ଟେଷ୍ଟ ସିରିଜ ପାଇଁ ପାଟ୍ କୁମିନ୍ସଙ୍କ ଭଳି ଖେଳାଳି ଆହତ କାରଣରୁ ଦଳରୁ ବାଦ ପଡ଼ିବା ଅଷ୍ଟ୍ରେଲିଆ ପାଇଁ ଏକ ଝଟକା ।

Leave A Reply

Your email address will not be published.