Latest Odisha News

BREAKING NEWS

ପୋଲିସ ଆକ୍ରମଣକୁ ବିରୋଧ କରି ସେବାୟତ ବନ୍ଦ କଲେ ଶ୍ରୀମନ୍ଦିର ଦ୍ୱାର

ପୁରୀ : ପୁରୀ ଶ୍ରୀମନ୍ଦିରରେ ଜଣେ ସେବାୟତଙ୍କ ଉପରେ ପୋଲିସ ଆକ୍ରମଣକୁ ବିରୋଧ କରି ସେବାୟତମାନଙ୍କ ପକ୍ଷରୁ ଶୁକ୍ରବାର ସକାଳେ ମନ୍ଦିରର ମୁଖ୍ୟ ଦ୍ୱାର ଗୁଡିକୁ ବନ୍ଦ କରି ଦିଆଯାଇଛି । ଏହି ଫଳରେ ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରି ନପାରି ହଟ୍ଟହଟ୍ଟା ହୋଇଛନ୍ତି ।

ଏସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ସ୍ଥାନୀୟ ପୋଲିସ ତଥା ସେବାୟତଙ୍କ ମଧ୍ୟରେ ଗୁରୁବାର ସନ୍ଧ୍ୟାରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏହି ସମସ୍ୟାର କୌଣସି ବାଟ ଫିଟି ପାରି ନାହିଁ ।

ଅନ୍ୟପକ୍ଷରେ ସେବାୟତମାନେ ଏହି ଦ୍ୱାର ଗୁଡିକୁ ବନ୍ଦ କରି ଦେବାରୁ ଗତ ରାତିରୁ ଏପର୍ଯ୍ୟନ୍ତ ଶ୍ରୀଜୀଉଙ୍କ କୌଣସି ନୀତିକାନ୍ତି ହୋଇ ପାରିନାହୁଁ ।

“ପୋଲିସ ଆକ୍ରମଣ କରିଥିବା ନେଇ ଆମେ ମନ୍ଦିର ପ୍ରଶାସନକୁ ଗତକାଲି ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ପୋଲିସଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ । ତେଣୁ ଆମେ ବିକ୍ଷୋଭ ପ୍ରଦର୍ଶନ କରିବା ସ୍ୱରୂପ ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାରକୁ ବନ୍ଦ କରିଛୁ” ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସମ୍ବିତ ମୁଦୁଲୀ ନାମକ ଜଣେ ସେବାୟତ କହିଛନ୍ତି ।

Leave A Reply

Your email address will not be published.