ନୂଆଦିଲ୍ଲୀ: ଚୀନ ଓ ନେପାଳ ମଙ୍ଗଳବାର ମାଂଉଟ ଏଭେରେଷ୍ଟର ଉଚ୍ଚତା ମାପିଛନ୍ତି । ପୂର୍ବଥର ଏହାର ଉଚ୍ଚତା ୮୮୪୮ ମିଟର ଥିବା ବେଳେ ଏଥର ୮୮୪୮.୮୬ ମିଟର ରହିଛି । ୧୩ ଅକ୍ଟୋବର ୨୦୧୯ରେ ମାଂଉଠ ଏଭେରେଷ୍ଟ ଉଚ୍ଚତା ମାପିବା ନେଇ ଚୀନ ଓ ନେପାଳ ମଧ୍ୟରେ ବୁଝାମଣା ହୋଇଥିଲା । ୧୯୫୪ରେ ଭାରତ ଏହାର ଉଚ୍ଚତା ମାପିଥିଲା ।
ସେ ସମୟରେ ଏହା ୮୮୪୮ ମିଟର ଉଲ୍ଲେଖ କରାଯାଇଥିଲା । ହିମାଳୟ ଉପରେ ଗବେଷଣା କରୁଥିବା ଗବେଷକଙ୍କ ମତରେ ଏଭେଚ୍ରେ ଉଚ୍ଚତା ବଢ଼ୁଛି । ଭୂମିକମ୍ପ ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ ଏହା ଉପରେ କିପରି ପଡୁଛି ତାହା ଜାଣିବା ଏହାର ଉଚ୍ଚତା ଦ୍ୱିତୀୟ ଥର ମପାଯାଇଛି ।
Comments are closed.