Latest Odisha News

BREAKING NEWS

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା

ଭଦ୍ରକ: ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ଭଦ୍ରକରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି ।

ଭଦ୍ରକ ଜିଲ୍ଲାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ନେଇ ଅନେକ ଦିନରୁ ଦାବି କରାଯାଉଥିବା ବେଳେ ସରକାର ଏହାକୁ ଧରି ଅଣଦେଖା କରୁଥୁବା କୁହାଯାଉଛି । ତେବେ ଜିଲ୍ଲାବାସୀଙ୍କ ଏହି ଦାବିକୁ ସରକାରଙ୍କ ନିକଟ ରେ ପହଞ୍ଚାଇବା ପାଇଁ ଆଜି ଜିଲ୍ଲା କଂଗ୍ରେସ ଆଜି ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ଜଣାପଡିଛି।

ଭଦ୍ରକ ଜିଲ୍ଲା ମୁଖ୍ୟ ମେଡିକାଲରେ ସ୍ୱାସ୍ଥ୍ୟ ସେବାରେ ଅନେକ ଅନୀୟମିତତା ହେଉଥିବା ବାରମ୍ବାର ଅଭିଯୋଗ ହେଉଛି। ଏଠାରେ ଭେଣ୍ଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହୁଁ। କରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦିଆଯାଉଥିବା ବେଳେ ଓ ସାଧାରଣ ରୋଗୀଙ୍କୁ ମଧ୍ୟ କଟକ ରେଫର୍ କରାଯାଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

ବନ୍ଦ ପାଳନ ବେଳେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Comments are closed.