Latest Odisha News

ଆଜି ସରିବ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ରିମାଣ୍ଡ ଅବଧି

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆଜି ସରୁଛି ୨ ଦିନିଆ ରିମାଣ୍ଡ। ଏହି ଦୁଇଦିନ ତାଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଥିଲା । ଟାଟା ନିଯୁକ୍ତି ଠକେଇ ସଂପର୍କରେ ପଚରାଉଚରା କରିଥିବା ଅନୁମାନ କରାଯାଉଛି ।  ରିମାଣ୍ଡ ସରିବା ପରେ ପ୍ରଦୀପଙ୍କୁ ଆଜି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯିବ।

ସୂଚନା ଯୋଗୟ ଯେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭାବୀ ଜ୍ବାଇଁ ଆକାଶ ପାଠକ ନିଜକୁ ଟାଟା କମ୍ପାନୀର ଏମଡି ଭାବେ ପରିଚଯ ଦେଇ  ଲୋକଙ୍କୁ ଚାକିରି କରାଇଦେବା କହି ଟଙ୍କା  ଆଦାୟ କରୁଥିଲେ । ଏଥିରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ସେମାନଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଇଥିଲା ।

Comments are closed.