Latest Odisha News

BREAKING NEWS

ଏଣିକି ଶସ୍ତା ହେଲା କରୋନା ପରୀକ୍ଷା, ମାତ୍ର ୧୦୦ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ଏଣିକି ଜନସାଧାରଣ ମାତ୍ର ୧୦୦ ଟଙ୍କାରେ କରିପାରିବେ କରୋନା ଟେଷ୍ଟ। ଏଭଳି ଏକ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜିଏସଟି ସହିତ ଘରୋଇ ଲ୍ୟାବରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ସର୍ବମୋଟ୍ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ସମସ୍ତ ପ୍ରୋଟୋକଲ ତଥା ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁସରଣ କରି ଭୁବନେଶ୍ୱର ସ୍ଥିତ ଆରଏମଆରସି ତତ୍ତ୍ୱାବଧାନରେ ଘରୋଇ ଲାବୋରେଟୋରୀ ଗୁଡିକ ଦ୍ୱାରା ଏହି ଟେଷ୍ଟ କରାଯିବ।

Comments are closed.