Latest Odisha News

BREAKING NEWS

ଆବୁଧାବି ଟି୧୦ କ୍ରିକେଟ: ଗେଲ୍‌, ବ୍ରାଭୋ ଓ ଆଫ୍ରିଦୀଙ୍କ ଦୁର୍ଦ୍ଦଶ ବ୍ୟାଟିଂ ଦେଖିବେ ପ୍ରଶଂସକ

ଆବୁଧାବି:ଆବୁଧାବି ଟି୧୦ ଲିଗର ୪ର୍ଥ ସଂସ୍କରଣ ଜାନୁୟାରୀ ୨୮ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥର ବିଶ୍ୱ କ୍ରିକେଟର ୩ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍‌, ଡ୍ୱେନ ବ୍ରାଭୋ ଓ ପାକିସ୍ତାନର ଶାହୀଦ ଆଫ୍ରିଦୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ସ୍ପଷ୍ଟ ହୋଇଛି । ଯାହା ଫଳରେ କ୍ରିକେଟପ୍ରେମୀମାନେ ଏହି ଲିଗର ଭରପୂର ମଜା ଉଠାଇବେ ।

BjdElectrycity

ଜାୟେଦ କ୍ରିକେଟ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଉପରୋକ୍ତ ୩ ଖେଳାଳିଙ୍କ ବ୍ୟତୀତ ଅନ୍ୟ ଅନ୍ତର୍ଜାତୀୟ ଷ୍ଟାର ମଧ୍ୟ ଏଥିରେ ଖେଳିବେ । କଲନ୍ଦର୍ସ ପାଇଁ ଆଫ୍ରିଦୀ, ଦିଲ୍ଲୀ ବୁଲ୍ସ ପକ୍ଷରୁ ବ୍ରାଭୋ ଓ ଟିମ୍ ଆବୁଧାବି ତରଫରୁ ଗେଲ୍ ଖେଳିବେ । ଆଇସିସି ପ୍ରଥମ ଥର ପାଇଁ ଏହି ଲିଗ୍‌କୁ ମାନ୍ୟତା ଦେଇଛି ।

Leave A Reply

Your email address will not be published.