Latest Odisha News

BREAKING NEWS

ଓଡ଼ିଆ ରଜ ରିଲିଜ ଦେଖିବାକୁ ହଲ୍ ରେ ଦର୍ଶକଙ୍କ ନାହିଁ ନଥିବା ଭିଡ

କଟକ/ଭୁବନେଶ୍ୱର : ସବୁବର୍ଷ ରଜରେ ଏକାଧିକ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଥାଏ । ତେବେ ଏବେ ମଧ୍ୟ ଓଡ଼ିଆ ଦର୍ଶକମାନେ ରଜ ରିଲିଜକୁ ହଲରେ ଦେଖିବାକୁ ଅପେକ୍ଷା କରିଥାନ୍ତି । ଏହି ରଜରେ ୨ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି । ଗୋଟିଏ ହେଲା ସାର୍ଥକ ପ୍ରଡ଼କ୍ସନର ‘ଫୋର୍ ଇଡ଼ିୟଟସ’ ଏବଂ ତରଙ୍ଗ ସିନେ ପ୍ରଡ଼କ୍ସନର ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ।
କଟକ ଓ ଭୁବନେଶ୍ୱରର ବିଭିନ୍ନ ହଲରେ ରଜ ଅବସରରେ ଏହି ଦୁଇଟି ଫିଲ୍ମ ରିଲିଜ୍ ହୋଇଛି । ଫିଲ୍ମରେ ଅଭିନୟ କରିଥିବା ସମସ୍ତ ଓଲିଉଡ଼ ଷ୍ଟାରମାନଙ୍କ ଉପସ୍ଥିତିରେ ଦର୍ଶକମାନେ ଦୁଇଟି ଫିଲ୍ମର ମଜା ଉଠାଇଥିବାର ଦେଖାଯାଇଥିଲା । ହଲ୍ରେ ପ୍ରିମିୟର୍ ଶୋ’ବେଳେ ଦର୍ଶକଙ୍କ ବେଶ୍ ଭିଡ଼ ଜମିଥିଲା ।

କଟକର ଜୟଶ୍ରୀ ହଲ୍ ଏବଂ ଭୁବନେଶ୍ୱରର ଶ୍ରୀୟା ଟକିଜରେ ତରଙ୍ଗ ସିନେ ପ୍ରଡ଼କ୍ସନର ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ପ୍ରିମିୟର୍ ଶୋ’ ଅନୁଷ୍ଠିତ ହୋଇଥିଲା । ଏହି ଫିଲ୍ମର ଚକୋଲେଟ୍ ହିରୋ ବାବୁସାନ ଏବଂ ନବାଗତା ଦିବ୍ୟାଙ୍କୁ ଦେଖିବାକୁ ଦର୍ଶକ ମାନଙ୍କ ମଧ୍ୟରେ ଉକ୍ରଣ୍ଠା ଦେଖାଦେଇଥିଲା ।

ଅଶୋକ ପତିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟିରେ ବାବୁସାନ ଓ ଦିବ୍ୟାଙ୍କ ବ୍ୟତୀତ ବବି ମିଶ୍ର, ମିହିର ଦାସ ଏବଂ ପପୁ ପମ୍ ପମ୍ ଅଭିନୟ କରିଛନ୍ତି । ଅଭିଜିତ୍ ମଜୁମଦାରଙ୍କ ଦ୍ୱାରା ଗୀତ ‘ପ୍ୟାର୍ ୱାଲା ହିଚକି’ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଛି ।

ସେହିପରି ଅକ୍ଷୟ ପରିଜା, ଜି ସାର୍ଥକ ପ୍ରଡ଼କ୍ସନ ତଥା ପ୍ରକାଶ ଫିଲ୍ମର ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଥିବା ଫିଲ୍ମ ‘ଫୋର୍ ଇଡ଼ିୟଟ୍ସ ’ ମଧ୍ୟରେ ରଜରେ ରିଲିଜ ହୋଇଛି । ଏହି ଫିଲ୍ମଟି ମଧ୍ୟ ଦର୍ଶକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇପାରିଛି ।

ଏହି ଫିଲ୍ମଟିରେ ଚାରୋଟି ଯୋଡ଼ିଙ୍କୁ ନେଇ ଏକ ମଜାଦାର କାହାଣୀ ରହିଛି । ଫିଲ୍ମରେ ଅଭିନୟ କରିଛନ୍ତି ସବ୍ୟସାଚୀ-ଏଲିନା, କୁନା ତ୍ରିପାଠୀ-ଚାନ୍ଦିନୀ, ଆକାଶ ଦାସ ନାୟକ-ପୁନମ ମିଶ୍ର, ଚିତ୍ତରଞ୍ଜନ ତ୍ରିପାଠୀ-ଲିପସା ମିଶ୍ର । ଏହି ଫିଲ୍ମରେ ଖୁବ୍ କମେଡ଼ି କରିଥିବା ପପୁ ପମ୍ ପମ୍ ଅସୁସ୍ଥତା ଯୋଗୁଁ ପ୍ରିମିୟର୍ ଶୋ’ରେ ଯୋଗ ଦେଇପାରିନାହାନ୍ତି । ଦର୍ଶକମାନେ ହଲ୍ରେ ପପୁଙ୍କୁ ଦେଖି ପାରିନଥିଲେ ।

ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ତ୍ରିପାଠୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ ।

ଦୁର୍ଭାଗ୍ୟ ବଶତଃ ଏଥର ରଜରେ ଅନୁଭବଙ୍କ ଅଭିନୀତ ଫିଲ୍ମ ‘ପ୍ରେମ୍ କୁମାର’ ରିଲିଜ୍ ହୋଇପାରିନାହିଁ । ସୁଟିଂ ସମୟରେ ଅନୁଭବଙ୍କ ଆହତ ଜନିତ କାରଣରୁ ଫିଲ୍ମଟି ସମ୍ପୂର୍ଣ୍ଣ ହୋଇପାରିନାହିଁ ।

ତେବେ ଗତବର୍ଷ ତିନୋଟି ଓଲିଉଡ଼ ରିଲିଜ୍ ହୋଇଥିଲା, ଅନୁଭବଙ୍କ ଅଭିନିତ ‘ଅଭୟ’, ବାବୁସାନଙ୍କ ‘ସିଷ୍ଟର୍ ଶ୍ରୀଦେବୀ’ ଏବଂ ବର୍ଷା ଓ ଅରିନ୍ଦମଙ୍କ ଅଭିନୀତ ଫିଲ୍ମ ‘ରୋମିଓ ଜୁଲିଏଟ୍’ ଦର୍ଶକଙ୍କୁ ଛୁଇଁପାରିଥିଲା ।

Leave A Reply

Your email address will not be published.