Latest Odisha News

BREAKING NEWS

ପେଶାଗତ ହୋଇ ତଦନ୍ତ କରିବାକୁ ଆଇପିଏସଙ୍କୁ ପରାମର୍ଶ ଦେଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ସୋସିଆଲ୍ ମିଡିଆ ସ୍ପିଡ୍ କର ତାଳ ଦେଇ କାମ କରିବାକୁ ପଡ଼ିବ । ସୋସିଆଲ ମିଡିଆରେ ତଥ୍ୟ, ଅଭିଯୋଗ ଓ ଗୁଜବ ଯେତେ ଶୀଘ୍ର ପ୍ରସାରିତ ହେଉଛି ପୋଲିସକୁ ସେହି ଅନୁସାରେ ତାଳ ଦେଇ କାମ କରିବାକୁ ପଡ଼ିବ । ଆଜି ୬୨ତମ ପୋଲିସ ସମ୍ମିଳନୀରେ ଏହି ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ଅଭୟ ।

ଅପରାଧରେ ଶିକାର ହୋଇଥିବା ପୀଡ଼ିତଙ୍କୁ ସହାନୁଭୂତି ଦେଖାଇବାକୁ କହିଛନ୍ତି ପୋଲିସ ଡିଜି । ସଠିକ ତଦନ୍ତ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି । ବିଶେଷ କରି ଅପରାଧର ଶିକାର ମହିଳା ଓ ଶିଶୁଙ୍କୁ ସବୁ ସ୍ତରରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ପୋଲିସ ଡିଜି କହିଛନ୍ତି ।

ପେଶାଗତ ଓ ନିରପେକ୍ଷ ହୋଇ ପୋଲିସ ତଦନ୍ତ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ପୋଲିସ ଡିଜି କହିଛନ୍ତି, ଅନେକ ମାମଲାରେ ତଦନ୍ତ ଟ୍ରାଏଲ ବେଳେ ବିଫଳ ହେଉଛି । ତଦନ୍ତ ବେଳେ ବୈଷୟିକ ଜ୍ଞାନକୌଶଳର ବହୁଳ ବ୍ୟବହାର ପାଇଁ ପରାମର୍ଶ ସହ ତଦନ୍ତ ପ୍ରକ୍ରିୟାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ପୋଲିସ ଡିଜି ଅଭୟ ।

ପୀଡ଼ିତଙ୍କ ପ୍ରତି ପୋଲିସ ବ୍ୟବହାର କଣ ରହିଛି ତାହା ଫାଇଭ୍ ଟି ଫିଡବ୍ୟାକ୍ ଦ୍ୱାରା ଜାଣି ହେବ । ତେଣୁ ତଦନ୍ତ ନେତୃତ୍ୱ ନେଉଥିବା ପୋଲିସ ଅଧିକାରୀ ନିୟମିତ ଫିଡବ୍ୟାକର ସମୀକ୍ଷା କରିବା ଆବଶ୍ୟକ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି ।

Comments are closed.