ନୂଆଦିଲ୍ଲୀ- ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ରୋହିତ ଶର୍ମାଙ୍କୁ ଟିମ୍ର ଭାଇସ୍ କ୍ୟାପଟେନ ଭାବେ ନିଯୁକ୍ତ କରା ଯାଇଛି । ବିରାଟ କୋହଲି ଘରକୁ ଫେରିବା ପରେ ଅଜିଙ୍କ୍ୟ ରାହାଣେଙ୍କୁ କ୍ୟାପଟେନ ଓ ଚେତେଶ୍ୱର ପୂଜାରାଙ୍କୁ ଭାଇସ୍ କ୍ୟାପଟେନ କରାଯାଇଥିଲ । ତେବେ ୧୪ ଦିନ କ୍ୱାରେଣ୍ଟିନ ସରିବା ପରେ ରୋହିତ ଟିମ୍ରେ ଯୋଗ ଦେଇଥିବାରୁ ତାଙ୍କୁ ଭାଇସ୍ କ୍ୟାପଟେନ ଭାବେ ନିଯୁକ୍ତ କରା ଯାଇଛି । ଦିନିକିଆ ଟିମ୍ରେ ମଧ୍ୟ ସେ ଏହି ଦାୟିତ୍ୱ ତୁଳାଇଥାନ୍ତିା
ଟିମ୍ରେ ରୋହିତ ଯୋଗ ଦେଇଥିବାରୁ ରାହାଣେ ଖୁସି ପ୍ରକାଶ କରି କହିଛନ୍ତି, ଏହା ଦ୍ୱାରା ଦଳର ବ୍ୟାଟିଂ ଶକ୍ତି ଆହୁରି ଦୃଢ ହେବ ।
ଆଇପିଏଲ୍ ସମୟରେ ଆହତ ହେବା କାରଣରୁ ରୋହିତ ପ୍ରଥମେ ଅଷ୍ଟ୍ରେଲିଆ ଟୁରରେ ଆସିନଥିଲେ । ଏହାକୁ ନେଇ ବହୁତ ବିବାଦ ଓ ଦ୍ୱନ୍ଦ୍ୱ ମଧ୍ୟ ଦେଖା ଦେଇଥିଲା । ପ୍ରକୃତରେ ତାଙ୍କର କଣ ହୋଇଛି ବୋଲି ନାନା ପ୍ରଶ୍ନ ଉଠିଥିଲା । କାରଣ ଆହତ ହୋଇଥିବା କହିବା ସତ୍ତ୍ୱେ ସେ ଆଇପିଏଲ୍ ଫାଇନାଲ ଖେଳିଥିଲେ । ପରେ ତାଙ୍କୁ ଟିମ୍ରେ ସାମିଲ କରା ଯାଇଥିଲା ଏବଂ ସେ ଅଷ୍ଟ୍ରେଲିଆ ଆସିବା ସହିତ ତୃତୀୟ ଟେଷ୍ଟ ପାଇଁ ସେ କଠିନ ଅଭ୍ୟାସ ମଧ୍ୟ କରିଥିଲେ । ନିୟମ ମୁତାବକ ତାଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡିଥିଲା ।
ଜାନୁଆରି ୭ ତାରିଖରୁ ସିଡନିରେ ତୃତୀୟ ଟେଷ୍ଟ ଆରମ୍ଭ ହେବ । ପ୍ରଥମ ଆଡିଲେଡ୍ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ମେଲବର୍ଣ୍ଣରେ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ୮ ୱିକେଟର ସ୍ମରଣୀୟ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ସିରିଜ ଏବେ ୧-୧ରେ ବରାବର ଅଛି ।
ଆହତ କାରଣରୁ ତୃତୀୟ ଟେଷ୍ଟରୁ ବାଦ୍ ପଡିଥିବା ଉମେଶ ଯାଦବଙ୍କ ସ୍ଥାନରେ ଟିମ୍ରେ ସ୍ଥାନ ପାଇଛନ୍ତି ନୂଆ ସ୍ପିଡ୍ ସେନସେସନ ଟି. ନଟରାଜନ । ଏହା ପୂର୍ବରୁ ସେ ଟି- ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ବୋଲି କୁହା ଯାଉଛି ।
BREAKING NEWS
- National Lok Adalat:ଏହି ଦିନ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ
- ପୋଖରୀରେ ମୃତଦେହ ମିଳିବା ଘଟଣା: ଘରେ ମିଳିଲା କଟାମୁଣ୍ଡ, ବ୍ୟକ୍ତିଙ୍କୁ ବଳି ଦେଇଥିବା ଚର୍ଚ୍ଚା
- Baitarani floods in Odisha:ବୈତରଣୀ ବନ୍ୟାକୁ ନେଇ ପାୱାର ପ୍ରୋଜେକ୍ଟସକୁ କାରଣ ଦର୍ଶାଅ ନୋଟିସ୍
- 24 Fingers: ୨୦ ନୁହେଁ, ୨୪ ଆଙ୍ଗୁଠି! ଜନ୍ମ ହେବା ପରେ ଶିଶୁକୁ ଦେଖି ଚମକି ପଡିଲେ ସମସ୍ତେ…
- ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତରେ ହେବ ଆଦର୍ଶ ଖେଳ ପଡିଆ, ଆଦର୍ଶ କଲ୍ୟାଣ ମଣ୍ଡପ
- ଭିଜିଲାନ୍ସ ଜାଲରେ କୁଜଙ୍ଗ ମେଡିକାଲ୍ର ବିପିଏମ୍, ଆଶା କର୍ମୀଙ୍କଠାରୁ ନେଉଥିଲେ ଲାଞ୍ଚ
- ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ସନ୍ତୋଷଜନକ ଜବାବ ନରଖିଲେ ରଦ୍ଦ ହେବ ପରମିଟ
- Possessed Man: ମଣିଷରୁ ହୁଅନ୍ତି ମହିଷାସୁର! ଖାଆନ୍ତି ନଡା-ଘାସ, ପିଅନ୍ତି କୁଣ୍ଡା ତୋରାଣି…
- ଗିରଫ ହେବ ବିଦେଶୀ ଜାହାଜ ‘ଏମ୍ଟି ୟୁନିଟ୍’: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସୁଛି: ଏସଆରସି

Comments are closed.