ନୂଆଦିଲ୍ଲୀ- ଅଷ୍ଟ୍ରେଲିଆ ବିପକ୍ଷ ବାକି ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ରୋହିତ ଶର୍ମାଙ୍କୁ ଟିମ୍ର ଭାଇସ୍ କ୍ୟାପଟେନ ଭାବେ ନିଯୁକ୍ତ କରା ଯାଇଛି । ବିରାଟ କୋହଲି ଘରକୁ ଫେରିବା ପରେ ଅଜିଙ୍କ୍ୟ ରାହାଣେଙ୍କୁ କ୍ୟାପଟେନ ଓ ଚେତେଶ୍ୱର ପୂଜାରାଙ୍କୁ ଭାଇସ୍ କ୍ୟାପଟେନ କରାଯାଇଥିଲ । ତେବେ ୧୪ ଦିନ କ୍ୱାରେଣ୍ଟିନ ସରିବା ପରେ ରୋହିତ ଟିମ୍ରେ ଯୋଗ ଦେଇଥିବାରୁ ତାଙ୍କୁ ଭାଇସ୍ କ୍ୟାପଟେନ ଭାବେ ନିଯୁକ୍ତ କରା ଯାଇଛି । ଦିନିକିଆ ଟିମ୍ରେ ମଧ୍ୟ ସେ ଏହି ଦାୟିତ୍ୱ ତୁଳାଇଥାନ୍ତିା
ଟିମ୍ରେ ରୋହିତ ଯୋଗ ଦେଇଥିବାରୁ ରାହାଣେ ଖୁସି ପ୍ରକାଶ କରି କହିଛନ୍ତି, ଏହା ଦ୍ୱାରା ଦଳର ବ୍ୟାଟିଂ ଶକ୍ତି ଆହୁରି ଦୃଢ ହେବ ।
ଆଇପିଏଲ୍ ସମୟରେ ଆହତ ହେବା କାରଣରୁ ରୋହିତ ପ୍ରଥମେ ଅଷ୍ଟ୍ରେଲିଆ ଟୁରରେ ଆସିନଥିଲେ । ଏହାକୁ ନେଇ ବହୁତ ବିବାଦ ଓ ଦ୍ୱନ୍ଦ୍ୱ ମଧ୍ୟ ଦେଖା ଦେଇଥିଲା । ପ୍ରକୃତରେ ତାଙ୍କର କଣ ହୋଇଛି ବୋଲି ନାନା ପ୍ରଶ୍ନ ଉଠିଥିଲା । କାରଣ ଆହତ ହୋଇଥିବା କହିବା ସତ୍ତ୍ୱେ ସେ ଆଇପିଏଲ୍ ଫାଇନାଲ ଖେଳିଥିଲେ । ପରେ ତାଙ୍କୁ ଟିମ୍ରେ ସାମିଲ କରା ଯାଇଥିଲା ଏବଂ ସେ ଅଷ୍ଟ୍ରେଲିଆ ଆସିବା ସହିତ ତୃତୀୟ ଟେଷ୍ଟ ପାଇଁ ସେ କଠିନ ଅଭ୍ୟାସ ମଧ୍ୟ କରିଥିଲେ । ନିୟମ ମୁତାବକ ତାଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡିଥିଲା ।
ଜାନୁଆରି ୭ ତାରିଖରୁ ସିଡନିରେ ତୃତୀୟ ଟେଷ୍ଟ ଆରମ୍ଭ ହେବ । ପ୍ରଥମ ଆଡିଲେଡ୍ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ମେଲବର୍ଣ୍ଣରେ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ୮ ୱିକେଟର ସ୍ମରଣୀୟ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ସିରିଜ ଏବେ ୧-୧ରେ ବରାବର ଅଛି ।
ଆହତ କାରଣରୁ ତୃତୀୟ ଟେଷ୍ଟରୁ ବାଦ୍ ପଡିଥିବା ଉମେଶ ଯାଦବଙ୍କ ସ୍ଥାନରେ ଟିମ୍ରେ ସ୍ଥାନ ପାଇଛନ୍ତି ନୂଆ ସ୍ପିଡ୍ ସେନସେସନ ଟି. ନଟରାଜନ । ଏହା ପୂର୍ବରୁ ସେ ଟି- ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ବୋଲି କୁହା ଯାଉଛି ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.