Latest Odisha News

ବିବାଦ ବଢ଼ୁଛି: ବ୍ରିସବେନରେ ଟେଷ୍ଟ ଖେଳିବାକୁ ଟିମ୍ ଇଣ୍ଡିଆ ଅରାଜି

ସିଡନୀ: ଭାରତୀୟ କ୍ରିକେଟ ଟିମ୍ ୪ର୍ଥ ଟେଷ୍ଟ ପାଇଁ ବ୍ରିସବେନ୍ ଯିବାକୁ ଅନିଚ୍ଛା ପ୍ରକାଶ କରିଛି । ରିପୋର୍ଟ ମୁତାବକ ଟିମ୍ ଇଣ୍ଡିଆ ଆଉ ଅଧିକ ଦିନ ବାୟୋ ବବୁଲରେ ରହିବାକୁ ଚାହୁଁ ନାହିଁ । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ପଂହଚିବା ପରେ ପାଖାପାଖି ୧ମାସ ଏ ଭଳି ପରିସ୍ଥିତିରେ ରହିଥିଲେ । ବର୍ତମାନ ବ୍ରିସବେନରେ ପଂହଚିବା ମାତ୍ରେ ସେଠାକାର ନିୟମ ଅନୁସାରେ ପୁନର୍ବାର ଖେଳାଳିମାନଙ୍କୁ ବାୟୋବବୁଲରେ ରହିବାକୁ ପଡିବ । ଯାହାକୁ ନେଇ ସେମାନେ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଏହା ବଦଳରେ ସିଡନୀରେ ୪ର୍ଥ ଟେଷ୍ଟ କରାଯାଉ ବୋଲି ଆୟୋଜକ ଦେଶକୁ ଅନୁରୋଧ କରାଯାଇଛି । କିନ୍ତୁ ଅଷ୍ଟ୍ରେଲିଆ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ କୌଣସି ପରିବର୍ତନ କରିବାକୁ ଚାହୁଁ ନାହିଁ । ଯାହା ଫଳରେ ବିବାଦ ବଢ଼ିବାରେ ଲାଗିଛି ।

Comments are closed.