Latest Odisha News

BREAKING NEWS

ଦର୍ଶନ କରି ଫେରୁଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରାଣବାୟୁ ଚାଲିଗଲା !

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି । ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରୁଥିବା ବେଳେ ଜଣେ ଭକ୍ତଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତି ଜଣକ ହେଲେ ଜଗତସିଂହପୁର ଜିଲ୍ଲାର କୁଳମଣି ନାୟକ । ଆଜି ସନ୍ଧ୍ୟାରେ କୁଳମଣି ପରିବାର ସହିତ ଶ୍ରୀମନ୍ଦିର ବେଢାରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରୁଥିଲେ । ଠିକ୍ ଅରୁଣସ୍ତମ୍ଭ ନିକଟରେ ତାଙ୍କ ଚେତା ବୁଡ଼ିଯିବା ପରେ ସେ ଅରୁଣସ୍ତମ୍ଭ ନିକଟରେ ପଡ଼ିଗଲେ । ସେହିଠାରେ ହିଁ ଭକ୍ତଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ତେବେ ମୃତ୍ୟୁ କେଉଁ କାରଣରୁ ଜଣାପଡ଼ିନଥିଲେ ମଧ୍ୟ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ଗତ ମେ ୮ତାରିଖ ଦିନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସାରି ଶ୍ରୀମନ୍ଦିରସ୍ଥିତ କଳ୍ପବଟ ତଳେ ବିଶ୍ରାମ ନେଉଥିବା ବେଳେ କେନ୍ଦ୍ରାପଡ଼ାର ଅଜୟ କୁମାର ଦାସ ନାମକ ୮୭ ବର୍ଷ ବୟସ୍କ ଭକ୍ତଙ୍କର ମୃତ୍ୟୁ ଘଟିଥିଲା । ସେ ମଧ୍ୟ ତାଙ୍କ ପରିବାର ସହିତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀମନ୍ଦିର ଆସିଥିଲେ ।

Leave A Reply

Your email address will not be published.