Latest Odisha News

BREAKING NEWS

କୋଭିଡ୍‌ କଟକଣା ଭିତରେ କାଦମ୍ବିନୀର ନୂଆ ବର୍ଷର ବନ୍ଧୁ ମିଳନ କାଯ୍ୟର୍କ୍ରମ

ଭୁବନେଶ୍ୱର : ଓଡିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଆଜି ଆୟୋଜିତ ହୋଇଥିଲା ନୂଆ ବର୍ଷର ବନ୍ଧୁ ମିଳନ କାଯ୍ୟର୍କ୍ରମ । ଏଥିରେ କବି, ଲେଖକ, କଳାକାର ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । କୋଭିଡ୍‌ କଟକଣା ଭିତରେ କାଦମ୍ବିନୀ ନୂଆ ବର୍ଷ ସ୍ୱତନ୍ତ୍ର ସଂସ୍କରଣ ଓ କୁନି କଥା ଜାନୁଆରୀ ୨୦୨୧ ସଂଖ୍ୟା ଉନ୍ମୋଚିତ ହୋଇଥିଲା ।

କାଦମ୍ବିନୀର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅତିଥିମାନଙ୍କୁ ମଞ୍ଚକୁ ପାଛୋଟି ନେଇଥିଲେ । ଉତ୍ସବରେ ସଭାପତିତ୍ୱ କରିଥିଲେ ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ । ଅତିଥି ଭାବେ ଉପସ୍ଥିତ ଥିଲେ ବିଶିଷ୍ଟ ସାହିତ୍ୟିକ ବିଜୟ କୁମାର ନାୟକ, ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇଥିଲେ ବିଶିଷ୍ଟ ଶିକ୍ଷାବିତ୍‌ ଓ ସାହିତ୍ୟିକ ସାମ୍‌ ପିଟ୍ରୋଡା, ଶିକ୍ଷାବିତ୍‌ ଡ.ରୁକି୍ମଣୀ ବାନାର୍ଜୀ। ଅଭିନେତା ଆକାଶ ଦାସ ନାୟକ ଓ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ସାହିତ୍ୟିକ ବିଜୟ କୁମାର ନାୟକ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

Leave A Reply

Your email address will not be published.