Latest Odisha News

BREAKING NEWS

ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା, ୨୧ଟି ଟିମ୍‌ ସାମିଲ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଆଜିଠାରୁ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ୍‌ ଗଣନା କାମରେ ଲାଗିଛନ୍ତି । ଏହାସହ ସମ୍ବଲପୁର OUATର ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ହୀରାକୁଦ ଜଳଭଣ୍ଡାରରେ ୧୮ଟି ଓ ପାୱାର ଚ୍ୟାନେଲରେ ୩ଟି ଟିମ୍‌ ପକ୍ଷୀ ଗଣନା କରୁଛନ୍ତି ।

ବାଇନାକୁଲର ଓ କ୍ୟାମେରା ମାଧ୍ୟମରେ ଚାଲିଛି ଗଣନା । ୧୪ଟି ଡଙ୍ଗା ଓ ୬ଟି ଲଞ୍ଚ ଓ ଗୋଟିଏ ମୋଟର ଭେଇକଲ ଜରିଆରେ ପକ୍ଷୀ ଗଣନା କରାଯାଉଛି । ଗତବର୍ଷ ହାରକୁଦ ଜଳଭଣ୍ଡାରକୁ ୯୨ ପ୍ରଜାତିର ୧ଲକ୍ଷ ୪୫ହଜାର ୯୪୬ ପକ୍ଷୀ ଆସିଥିଲେ ।

Leave A Reply

Your email address will not be published.