Latest Odisha News

BREAKING NEWS

କେନ୍ଦୁଝର: ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଛଡାଡିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳା ବିପଦଜନ୍ନକ ଭାବେ ଖଟିଆରେ ବୁହା ହେବା ଦୃଶ୍ୟ ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଗ୍ରାମ ମଧ୍ୟକୁ ଯାତାୟାତ ପାଇଁ ରାସ୍ତା ଭଲ ନଥିବା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଫଳରେ ଗର୍ଭବତୀ ମହିଳା ପ୍ରାୟ ୫କିମି. ଯାଏଁ ଖଟିଆରେ ବୁହା ହୋଇଥିଲେ ।

ଅନ୍ୟପକ୍ଷରେ ଛଡାଡିହି ଗ୍ରାମର ଲୁଲୁ ଦେହୁରୀଙ୍କ ପତ୍ନୀ ପଦ୍ମିନୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ବର୍ଗ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ରାସ୍ତା ଭଲ ନଥିବାରୁ ଉକ୍ତ ଗ୍ରାମ ମଧ୍ୟକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ପରବର୍ତ୍ତୀ ସମୟରେ ପରିବାର ସଦସ୍ୟ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ପାଖାପାଖି ୫କିମି. ଖଟିଆରେ ବୋହି ଜଳଡିହି ଛକ ନିକଟରେ ପହଞ୍ଚିଥିଲେ ।

ଆହୁରି ମଧ୍ୟ ସେଠାରୁ ୧୦୨ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ବେଳେ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । । ପରବର୍ତ୍ତୀ ସମୟରେ ହସ୍ପିଟାଲ ଅଭିମୁଖେ ଯାଉଥିବାବେଳେ ସମ୍ପୃକ୍ତ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

ତେବେ ଉଭୟ ମାଆ ଓ ନବଜାତକ ଶିଶୁ ସୁସ୍ଥ ଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.