ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ଜିତିବାକୁ ହେଲେ ଭାରତକୁ ଆଗରେ ଆହୁରି ୩୦୯ ରନ୍ ଦରକାର । ହାତରେ ଗୋଟିଏ ଦିନ ଖେଳ ବାକି ଅଛି । ଆଜି ଚତୁର୍ଥ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଟିମ୍ ଇଣ୍ଡିଆ ଦୁଇ ଓ୍ୱିକେଟ ହରାଇ କରିଛି ୯୮ ରନ୍ । ଅପରାଜିତ ଅଛନ୍ତି ଚେତେଶ୍ୱର ପୂଜାରା ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ।

ଆଜି ଦ୍ୱିତୀୟ ଇନିଂସ ଆରମ୍ଭରୁ ରକ୍ଷଣାତ୍ମକ ଢଙ୍ଗରେ ଖେଳିଥିଲେ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ । ତେବେ ବେଶୀ ସମୟ ତିଷ୍ଠି ପାରିଲେ ନାହଁ । ଶୁଭମନ୍ ଗିଲ୍ ୩୧ରନ୍ କରି ପାଭିଲନ୍ ଫେରିଥିଲେ । ଅର୍ଦ୍ଧାଶତକ ହାସଲ କରିଥିଲେ ରୋହିତ ଶର୍ମା । କିନ୍ତୁ ବ୍ୟକ୍ତିଗତ ସ୍କୋର ୫୨ରନରେ ଆଉଟ୍ ହୋଇଥିଲେ ।

ଅଷ୍ଟ୍ରେଲିଆ ଭାରତ ଆଗରେ ୪୦୭ ରନର ବିଜୟ ଲକ୍ଷ୍ୟ ଦେଇଛି । ଦ୍ୱିତୀୟ ଇନିଂସରେ ଘରୋଇ ଦଳ ୬ ଓ୍ୱିକେଟ ବିନିମୟରେ ୩୧୨ରନ୍ କରି ପାଳି ଘୋଷଣା କରିଥିଲା । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତଠାରୁ ୪୦୬ରନରେ ଆଗରୁଆ ରହିଥିଲା କଙ୍ଗାରୁ ବାହିନୀ ।
BREAKING NEWS
- ଏସଏମଏଟି୨୫: ବିପ୍ଲବ, ରାଜେଶଙ୍କ ପ୍ରଭାବୀ ପ୍ରଦର୍ଶନ, ଛତିଶଗଡକୁ ହରାଇଲା ଓଡିଶା
- ପୁରୀ ପୋଲିସକୁ ବଡ଼ ସଫଳତା; ସୁନା ଗହଣା ସହ ୬ ଲକ୍ଷ ଜବତ
- Wild Animal Attack: ୧୦ ବର୍ଷରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇ ଯାଇଛି ଏତିକି ଜୀବନ…
- ଦୁଇ ପର୍ଯ୍ୟାୟରେ ହେବ ଜନଗଣନା, ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ…
- କଳାକାଚ ଲାଗିଥିବା ଚାରିଚକିଆ ଗାଡ଼ି ମାଲିକଙ୍କୁ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ
- କୋହଲି, ଗମ୍ଭୀରଙ୍କ ସହ ଅଲଗା ଅଲଗା କଥା ହେଲେ ଚୟନ କମିଟି ସଦସ୍ୟ
- ମିଛ ଏଜେଣ୍ଟ ସାଜି ଗାଡ଼ି ଛଡାଉଥିଲେ, ବାନ୍ଧିଲା ପୋଲିସ
- ରାଜ୍ୟର ଏହିସବୁ ସ୍ଥାନରେ ଘନ କୁହୁଡି…
- ୧୦୦ ବର୍ଷ ପରେ କିପରି ଦେଖାଯିବ ମଣିଷ? ରିସର୍ଚ୍ଚରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ
- ପାକିସ୍ତାନରେ ଆରମ୍ଭ ହେଲା ବିଦ୍ରୋହ, ଇମ୍ରାନଙ୍କ ସମର୍ଥକ ଦେଲେ ଚେତାବନୀ
Comments are closed.