Latest Odisha News

BREAKING NEWS

ଆଘାତ ସମସ୍ୟା ନେଇ ସଂଘର୍ଷ କରୁଥିବା ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ବ୍ରିସବେନ୍‌: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳ ଆଘାତ ସମସ୍ୟାରେ ପଡିଛି । ପରିସ୍ଥିତି ଏପରି ଉପୁଜିଛି ଯେ, ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଚୂଡାନ୍ତ ଏକାଦଶ ଠିକା କରାଇବା କଷ୍ଟକର ହୋଇପଡିଛି । ଏହା ସତ୍ୱେ ବୁଧବାର ଟିମ୍ ଇଣ୍ଡିଆ ଗାବା ଷ୍ଟାଡିୟମରେ କଡା ଅଭ୍ୟାସ କରିଛି । ରୋହିତ ଶର୍ମା, ଶୁଭମନ ଗିଲ, ଅଧିନାୟକ ଅଜିଙ୍କ୍ୟ ରାହାନେ ଓ ଅନ୍ୟ ଖେଳାଳିମାନେ ଟ୍ରେନିଂ ସେଶନରେ ଯୋଗ ଦେଇଥିଲେ ।

ସିରିଜର ଅନ୍ତିମ ଟେଷ୍ଟରୁ ବାଦ୍ ପଡିଥିବେ ଯଶପ୍ରୀତ ବୁମରା ଦଳ ସହିତ ଟ୍ରେନିଂ ସେଶନରେ ଯୋଗ ଦେଇଥିଲେ । ତାଙ୍କ ସ୍ଥାନରେ ତ୍ୟାଗି ନଟରାଜନ କିମ୍ବା ଶାର୍ଦ୍ଦୁଳ ଠାକୁରଙ୍କୁ ଖେଳିବା ସୁଯୋଗ ମିଳିପାରେ । ଆଘାତ ସମସ୍ୟା ଯୋଗୁ ରବୀନ୍ଦ୍ର ଜାଡେଜାଙ୍କ ବଦଳରେ କୁଲଦୀପ ଯାଦବ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ୪ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ତୃତୀୟ ଟେଷ୍ଟ ଡ୍ର ରହିଥିଲା ।

Leave A Reply

Your email address will not be published.